ମସ୍ତିଷ୍କ ରେଖାରେ ଲୁଚିଛି ଭାଗ୍ୟ : ଜାଣନ୍ତୁ କେଉଁ ରେଖା କ’ଣ କହେ

ଭୁବନେଶ୍ୱର : ମଣିଷର ଭାଗ୍ୟ ମଥାରେ ଲେଖାଥାଏ ବୋଲି କୁହାଯାଏ। ମଥାରେ ଥିବା ରେଖା ବ୍ୟକ୍ତିର ଭାଗ୍ୟ ନିର୍ଧାରିତ କରିଥାଏ ବୋଲି ପୁରାତନ ଯୁଗରୁ ବିଶ୍ୱାସ ରହିଛି। ଭାଗ୍ୟ ଦର୍ଶାଇବା ପାଇଁ ମସ୍ତିସ୍କରେ ୭ଟି ରେଖା ଥାଏ। ପ୍ରତ୍ୟେକ ରେଖା ଗୋଟିଏ ଗ୍ରହର ପ୍ରତିନିଧିତ୍ବ କରିଥାନ୍ତି। ମସ୍ତିସ୍କରେ ସବୁଠାରୁ ତଳେ ଚନ୍ଦ୍ରମା ରେଖା ଅବସ୍ଥିତ। ଚନ୍ଦ୍ରମା ମନର କାରକ। ଏହି ରେଖା ସ୍ପଷ୍ଟ ଥିଲେ ଚନ୍ଦ୍ରମା ବଳବାନ ହୋଇଥାଏ। ଯେଉଁ ବ୍ୟକ୍ତିଙ୍କର ଚନ୍ଦ୍ରମା ରେଖା ସ୍ପଷ୍ଟ ସେମାନେ ସୃଜନଶୀଳ କାର୍ଯ୍ୟକଳାପ ସହ ଜଡିତ ଥାଆନ୍ତି। ଏମାନେ ବିଶେଷତଃ ଭଲ କଳାକାର ହୋଇଥାନ୍ତି ଏବଂ ଏମାନଙ୍କ ସ୍ମରଣ ଶକ୍ତି ବହୁତ ଭଲ।

ଚନ୍ଦ୍ରମା ରେଖା ଉପରେ ବୁଧ ରେଖା ଅବସ୍ଥିତ। ଏହା ଭଲ ସ୍ୱାସ୍ଥ୍ୟ ଓ ତର୍କ ବୁଦ୍ଧିଯୁକ୍ତ ହୋଇଥାନ୍ତି। ଏହି ରେଖା ସ୍ପଷ୍ଟ ଥିଲେ ବ୍ୟକ୍ତି ସଫଳ ବ୍ୟବସାୟୀ ଏବଂ ଏମାନଙ୍କ ବିଚାରଧାରା ସକ୍ରିୟ। ବୁଧ ରେଖା ଉପରେ ଶୁକ୍ର ରେଖା ଥାଏ। ଯେଉଁମାନଙ୍କ ଶୁକ୍ର ରେଖା ସବଳ ସେମାନେ ସୁନ୍ଦର ଓ ସମସ୍ତ ଲୌକିକ ସୁଖ ଭୋଗ କରିଥାନ୍ତି।

ଶୁକ୍ର ରେଖା ଉପରେ ସୂର୍ଯ୍ୟ ରେଖା ରହିଛି। ଏହା ପ୍ରଶାସନିକ ଓ ପରିଚାଳନା ମାମଲାରେ ସଫଳତା ପ୍ରଦାନ କରିଥାଏ। ବ୍ୟକ୍ତି ଶାସନ ସହ ଜଡିତ ମାମଲାରେ ସଫଳତା ଅର୍ଜନ କରିଥାଏ। ସୂର୍ଯ୍ୟ ରେଖା ଉପରେ ମଙ୍ଗଳ ରେଖା ଅବସ୍ଥିତ। ଏହିଭଳି ବ୍ୟକ୍ତି ସବଳ ଯୋଦ୍ଧା, ବୀର ଓ ସାହସୀ ହୋଇଥାନ୍ତି। ଏମାନେ ଅନୁଶାସନ ପ୍ରିୟ ହୋଇଥାନ୍ତି ଏବଂ ଜୀବନରେ ମହତ୍ତ୍ୱପୂର୍ଣ୍ଣ ପଦବୀ ପ୍ରାପ୍ତ କରିଥାନ୍ତି।

ମସ୍ତିଷ୍କର ଉପରୁ ଦ୍ୱିତୀୟ ରେଖା ଗୁରୁଙ୍କ ରେଖା। ଏହି ରେଖା ଦର୍ଶାଇଥାଏ ବ୍ୟକ୍ତି ଜ୍ଞାନୀ ଓ ଅନୁଭବଶୀଳ ହୋଇଥାନ୍ତି। ସମାଜରେ ପ୍ରତିଷ୍ଠା ଲାଭ କରନ୍ତି। ଭଲ ପରାମର୍ଶଦାତା ହୋଇଥାନ୍ତି। ମସ୍ତିଷ୍କରେ ସବୁଠାରୁ ଉପରେ ଶନି ରେଖା ରହିଥାଏ। ଉନ୍ନତ ରେଖା ହୋଇଥିଲେ ବ୍ୟକ୍ତି ଦୀର୍ଘାୟୁ ହୋଇଥାନ୍ତି। ଏହି ରେଖା ଅଲୌକିକ ବିଷୟରେ ରୁଚି ପ୍ରଦାନ କରିଥାଏ। ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ତୀକ୍ଷ୍ଣ ଦୃଷ୍ଟିଶକ୍ତି ଯୁକ୍ତ ହୋଇଥାନ୍ତି।

Spread the love