ମାର୍ଚ୍ଚ୧୬ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ବନ୍ତ ମାନ୍‌

ଅମୃତସର ୧୩/୦୩: ପଞ୍ଜାବରେ ବିପୁଳ ବିଜୟ ହାସଲ ପରେ ଏବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନୋବାକୁ ଯାଉଛନ୍ତି ଭଗଓ୍ବନ୍ତ ମାନ୍‌ । ଆସନ୍ତା ମାର୍ଚ୍ଚ ୧୬ ତାରିଖ ବୁଧବାର ଦିନ ଭଗଓ୍ବନ୍ତ ମାନ୍‌, ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହି ଭବ୍ୟ ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଧ୍ୟ ସାମିଲ ହେବାନେଇ ସୂଚନା ମିଳିଛି ।

ତେବେ ବଡ କଥା ହେଉଛି ଭଗଓ୍ବନ୍ତ ମାନ୍‌ଙ୍କ ବ୍ୟତିତ ଅନ୍ୟ ୧୭ ବିଧାୟକ ମନ୍ତ୍ରୀ ପଦର ଶପଥ ନେବାର ଥିଲା କିନ୍ତୁ ମାର୍ଚ୍ଚ ୧୬ ତାରିଖରେ କେବଳ ମୁଖ୍ୟମନ୍ତ୍ରୀ ହିଁ ଶପଥ ନେବେ । ଅନ୍ୟମନେ ପରେ ଶପଥ ଗ୍ରହଣ କରିବେ । ପଞ୍ଜାବରେ ଆମ୍‌ ଆଦମୀ ପାର୍ଟିର ବିପୁଳ ବିଜୟ ପରେ ଏବେ ସରକାର ଗଠନ ପ୍ରକ୍ରିୟା ଜୋରସୋରରେ ଚାଲିଛି । ଆପ୍‌ ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ପଞ୍ଜାବରେ ପହଞ୍ଚିଛନ୍ତି ।

ଏହା ପୂର୍ବରୁ ଶନିବାର, ଭଗଓ୍ବନ୍ତ ମାନ୍‌ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ । ମାର୍ଚ୍ଚ ୧୬ ତାରିଖ ମଧ୍ୟାହ୍ନ ୧୨.୩୦ ସମୟରେ ମହାନ୍‌ ସ୍ବାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପୈତୃକ ଗ୍ରାମରେ ଶପଥ ନେବେ ଭଗଓ୍ବନ୍ତ ମାନ୍ ।

ସୂଚନାଯୋଗ୍ୟ, ଫେବୃଆରୀ ୨୦ ତାରିଖରେ ପଞ୍ଜାବର ମୋଟ ୧୧୭ ସିଟ୍‌ରେ ମତଦାନ ଅନୁଷ୍ଠିତ ହୋଇଥିଲା । ଆଶା କରାଯାଉଥିବା କ୍ଷମତାରେ ଥିବା କଂଗ୍ରେସ ଏବଂ ଆମ୍‌ ଆଦମୀ ପାର୍ଟି ମଧ୍ୟରେ କଡା ମୁକାବିଲା ହେବ । କିନ୍ତୁ ସେଠାରେ ଏକତରଫା ଭାବେ ବିଜୟୀ ହୋଇଛି ଆପ୍‌ । କଂଗ୍ରେସ ସେଠାରେ ଲଜ୍ଜାଜନକ ଭାବେ ପରାଜିତ ହୋଇଛନ୍ତି ।

Spread the love