ବଡ ସ୍କୋର ଅଭିମୁଖେ ଭାରତ, ୩୦୦ ରନରେ ଆଗୁଆ ରହିଲେ ଇଂଲଣ୍ଡ ଉପରେ ପଡିବ ଚାପ

ନୂଆଦିଲ୍ଲୀ,୦୫/୦୯:  ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ୍ ସିରିଜର ଚତୁର୍ଥ ମୁକାବିଲା ଜାରି ରହିଛି । ପ୍ରଥମ ଇନିଂସରେ ମାତ୍ର ୧୯୧ ରନରେ ଅଲଆଉଟ୍ ହୋଇତିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ଜବରଦସ୍ତ କମବ୍ୟାକ୍ କରିଛି । ଦଳ ମ୍ୟାଚର ତୃତୀୟ ଦିନରେ ୩ ଓ୍ୱିକେଟ୍ ହରାଇ ୨୭୦ ରନ୍ କରିଛି ।

କମେଣ୍ଟେଟର୍ ସୁଶିଲ ଦୋଷୀଙ୍କ କହିବାନୁସାରେ, ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା ଭଲ ବ୍ୟାଟିଂ କରିଥିଲେ । ଯଦି ଭାରତ ୩୦୦ରୁ ଅଧିକ ରନର ଆଗୁଆ ରହେ ତେବେ ଇଂଲଣ୍ଡ ଉପରେ ଚାପ ପକାଇପାରିବ । ସେ କହିଛନ୍ତି ଯେ, ରୋହିତ ଜବରଦସ୍ତ ବ୍ୟାଟିଂ କରିଥିଲେ । ସେ ଟେଷ୍ଟ୍ କ୍ରିକେଟରେ ନିଜର ଅଷ୍ଟମ ଶତକ ପୂରଣ କରିଛନ୍ତି । ରୋହିତ ଯେଭଳି ଭାବେ ବ୍ୟାଟିଂ କରୁଥିଲେ ଲାଗୁଥିଲା କ୍ରିକେଟ୍ ବଲ ତାଙ୍କୁ ଫୁଟବଲ ଭଳି ଲାଗୁଛି । ସେ ଛକା ଲଗାଇ ଶତକ ପୂରଣ କରିଥିଲେ  ।

ଦୋଷୀ ଆହୁରି କହିଛନ୍ତି ଯେ, ଇଂଲଣ୍ଡର ଦ୍ରୁତ ବୋଲର ଓଲି ରବିନସନ୍ ଭଲ ବୋଲିଂ କରିଥିଲେ । ତାଙ୍କ ପାଖରେ ଅଦିକ ଅନୁଭବ ନଥିଲେ ମଧ୍ୟ ସେ ସଠିକ୍ ଲାଇନ୍ ଲେନ୍ଥରେ ବଲ୍ ପକାଉଥିଲେ । ତେବେ ଭାରତ ବଡ ସ୍କୋର ଅଭିମୁଖେ ଅଗ୍ରସର ହେଉଛି । କିନ୍ତୁ ଚତୁର୍ଥ ଦିନରେ ଭାରତୀୟ ବ୍ୟାଟସମ୍ୟାନଙ୍କ ପାଇଁ ସମସ୍ୟା ହୋଇପାରେ । ଯଦି ବିରାଟ କୋହଲିଙ୍କ ବ୍ୟାଟ୍ ଚାଲେ ତେବେ ଭାରତ ପାଇଁ ବିଜୟ ଅସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

Spread the love