ଅନୁପ୍ରବେଶକାରୀ ଭାରତ ଛାଡ ସ୍ଳୋଗନରେ ପ୍ରକମ୍ପିତ ହେଲା ରାଜଧାନୀ

ଭୁବନେଶ୍ୱର, ତା ୨୩ ।:ଓଡ଼ିଶା ସମେତ ଭାରତ ବିଭିନ୍ନ ପ୍ରଦେଶରେ ରୋହିଙ୍ଗିଆ ଓ ବାଲାଂଦେଶୀ ମୁସଲମାନମାନେ ବିଭିନ୍ନ ଆଳରେ ଆସି ବେଇଆଇନ୍ ଭାବେ ସ୍ଥାୟୀ ବସବାସ କରିବାରେ ଲାଗିଲେଣି । ଦିନରେ ସେମାନେ ଫେରିବାଲା ଓ ଅନ୍ୟାନ ବ୍ୟବସାୟୀ ତଥା କାରିଗର ଭାବେ କାର୍ଯ୍ୟ କରୁଥିବା ବେଳେ ରାତିରେ ସେମାନେ ଚୋରୀ, ତସ୍କରି, ଡକାୟତି ଭଳି ବହୁ ଜଘନ୍ୟ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ହେଉଛନ୍ତି । ଏମାନଙ୍କୁ ତୁରନ୍ତ ଚିହ୍ନଟ କରି ରାଜ୍ୟ ତଥା ଦେଶରୁ ବିତାଡିତ କରିବା ଲାଗି ଭାରତ ରକ୍ଷା ମଞ୍ଚ ଶୁକ୍ରବାର ଦିନ ଦାବି କରିଛି ।
ସ୍ମାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଅବସରରେ ସ୍ଥାନୀୟ ଲୋୟର ପିଏମଜି ଠାରେ ଭାରତ ରକ୍ଷା ମଞ୍ଚର ରାଷ୍ଟ୍ରିୟ ମହାସଚିବ ଡାକ୍ତର ଅଶୋକ ଆଚାର୍ଯ୍ୟଙ୍କ ପୌରହିତରେ ଆୟୋଜିତ ଏକ ବିଶାଳ ଜନସମାବେଶକୁ ଉଦ୍‌ବୋଧନ ଦେଇ ଏହି ଅନୁଷ୍ଠାନର ଜାତୀୟ ତଥା ରାଜ୍ୟସ୍ତର ନେତାମାନେ କହିଥିଲେ ଯେ ରୋହିଙ୍ଗିଆ ଓ ବାଲାଂଦେଶୀ ମୁସଲମାନମାନେ ଭାରତରେ ଜନ ଅସ୍ଥିରତା ଭଳି ମନ୍ଦ ଉଦ୍ଦ୍ୟେଶ ରଖି ଅନୁପ୍ରବେଶ କରୁଛନ୍ତି । ଏହା ଅତ୍ୟନ୍ତ ଉଦ୍‌ବେଗର ବିଷୟ ।

ବକ୍ତାମାନେ କହିଥିଲେ ଯେ ଉପରୋକ୍ତ ଦୁଇବର୍ଗର ଅନୁପ୍ରବେଶକାରୀ ଚଞ୍ଚକତା ଉପାୟରେ କିଛି ନେତା, ସ୍ଥାନୀୟ ଟାଉଟର ଓ ଦଲାଲଙ୍କୁ ଲାଞ୍ଚ ଦେଇ ଭୋଟର କାର୍ଡ ଓ ଆଧାର କାର୍ଡ ହାସଲ କରୁଛନ୍ତି । ଏହାପରେ ସେମାନେ ଭାରତୀୟ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ରାସନ ସାମାଗ୍ରୀ, ଆବାସ ଗୃହ ଠାରୁ ଆରମ୍ଭ କରି ଅନ୍ୟାନ ସରକାରୀ ସୁବିଧା ହଡପ କରୁଛନ୍ତି । ତେଣୁ ଏମାନଙ୍କୁ ଅବିଳମ୍ବେ ଚିହ୍ନଟ କରି ସେମାନଙ୍କ ଦେଶକୁ ପଠାଇଦେବା ଲାଗି ସରକାରଙ୍କ ନିକଟରେ ଦୃୃଢ ଦାବି ରଖିଥିଲେ । ସମାବେଶରେ ଉଦ୍‌ବୋଧନ ଦେଇ ଭାରତ ରକ୍ଷା ମଞ୍ଚର ପ୍ରତିଷ୍ଠାତା ଓ ରାଷ୍ଟ୍ରିୟ ସଂଯୋଜକ ସୂର୍ଯ୍ୟକାନ୍ତ କେଲକର କହିଲେ ଯେ ଭାରତର କେରଳ ଓ ପଶ୍ଚିମବଙ୍ଗ ଭଳି କେତେକ ପ୍ରଦେଶରେ ବର୍ତମାନ ହିନ୍ଦୁମାନେ ଅସୁରକ୍ଷିତ ହୋଇପଡିଛନ୍ତି । ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଲେ ମଧ୍ୟ ରାଜନୈତିକ ଦୃଷ୍ଟି କିଛି ଦଳ ଆଦୌ ପାଟି ଖୋଲୁନାହାଁନ୍ତି ।
କିଛି ଆନ୍ତାର୍ଜାତୀୟ ଇସଲାମିକ୍ ମୌଳବାଦୀ ସଙ୍ଗଠନ ଭାରତରେ ମୁସଲମାନମାନଙ୍କ ଜନସଂଖ୍ୟା ବଢାଇବା ପାଇଁ ରୋହିଙ୍ଗିଆ ଓ ବାଲାଂଦେଶୀ ମୁସଲମାନମାନଙ୍କୁ ଏଠାକୁ ପଠାଉଛନ୍ତି । ପାକିସ୍ଥାନ ଓ ବାଲାଂଦେଶରେ ମୁସଲମାନମାନଙ୍କ ଦ୍ୱାରା ହିନ୍ଦୁମାନେ ନିର୍ଯ୍ୟାତିତ ହେଉଛନ୍ତି । ସେ ଦେଶର ସ୍ୱାଧୀନତା ସମୟରେ ସେଠାରେ ବସବାସ କରୁଥିବା ହିନ୍ଦୁମାନଙ୍କ ସଂଖ୍ୟାରେ ବ୍ୟାପକ ହ୍ରାସ ଘଟିବାରେ ଲାଗିଛି । ଏପରି ସମୟରେ ଭାରତରେ ଯଦି ହିନ୍ଦୁମାନେ ଜାଗ୍ରତ ନହେବେ, ତେବେ ୨୦୪୦ ବେଳକୁ ଏଠାରେ ମୁସଲମାନ ଶାସନ ପ୍ରତିଷ୍ଠା ନହେବ ବୋଲି କହିହେବ ନାହିଁ ।
ଭାରତକୁ ତୁରନ୍ତ ହିନ୍ଦୁ ରାଷ୍ଟ୍ରଭାବେ ଘୋଷଣା କରିବା ଆବଶ୍ୟକ ବୋଲି ଶ୍ରୀ କେଲେକର ମତବ୍ୟକ୍ତ କରିଥିଲେ ।
ଡାକ୍ତର ଅଶୋକ ଆଚାର୍ଯ୍ୟ କହିଥିଲେ ଯେ ଓଡ଼ିଶାର ରାଜଧାନୀରେ ବର୍ତମାନ ୫୦ ହଜାରରୁ ୬୦ ହଜାରା ରୋହିଙ୍ଗିଆ ଓ ବାଲାଂଦେଶୀ ମୁସଲମାନ ରହୁଛନ୍ତି । ଏହାଛଡା ସାରା ରାଜ୍ୟରେ ଏହି ଦୁଇ ବର୍ଗର ପ୍ରାୟ ୪ରୁ ୫ ଲକ୍ଷ ଲୋକ ବସବାସ କରୁଛନ୍ତି । ଏମାନଙ୍କ ଚିହ୍ନଟ ଓ ଦେଶାନ୍ତର ପାଇଁ ତୁରନ୍ତ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ସେଲ୍ ଗଠନ କରନ୍ତୁ ।
ଏହାଛହା ଡକ୍ଟର ଆଚାର୍ଯ୍ୟ ସ୍ୱାମୀ ଲକ୍ଷଣାନନ୍ଦଙ୍କ ହତ୍ୟାକାରୀ ତୁରନ୍ତ ଗିରଫ କରିବା ପାଇଁ ମଧ୍ୟ ଦାବି କରିଥିଲେ ।
ଆଜି ଠାରୁ ଜଗନ୍ନାଥଧାମ ଓଡ଼ିଶାରୁ ଭାରତରେ ବସବାସ କରୁଥିବା ଅନୁପ୍ରବେଶକାରୀମାନଙ୍କୁ ତଡିବା ଅଭିଯାନ ଆରମ୍ଭ କରାଗଲା ବୋଲି ଏହି ଅବସରରେ ଘୋଷଣା କରାଯାଇଥିଲା ।
ଭାରତ ରକ୍ଷା ମଞ୍ଚର ସଭାପତି ସତ୍ୟନାରାୟଣ ଜାଟିୟା, ପୂର୍ବତନ ନାଭାଲ କମାଣ୍ଡର ଡକ୍ଟର ଭୂଷଣ ଦିୱାନ, ଗବେଷକ ଅନିଲ ଧିର, ମନୋଜ ଭାଇ, ଶିବ ପ୍ରସାଦ ମିଶ୍ର, ପ୍ରଦୀପ କୁମାର ଜେନା, ସୁରେନ୍ଦ୍ର ମହାନ୍ତି, ମମତା ପଣ୍ଡା, କୃଷ୍ଣଚନ୍ଦ ଜଗଦେବ, ପ୍ରମୋଦ ଧଳ, ଲକ୍ଷ୍ମୀନାରାୟଣ ଶର୍ମା, ବହୁ ପୂର୍ବତନ ସେନା ଅଫିସର ଓ ସେନାଙ୍କ ସମେତ ପୂର୍ବତନ ପ୍ରଶାସକ, ବୁଦ୍ଧିଜୀବି ଓ ସାଧାରଣ ଜନତା ଯୋଗ ଦେଇଥିଲେ । ଭାରତ ରକ୍ଷା ମଞ୍ଚ ର ରାଜ୍ୟ ସାଧାରଣ ସମ୍ପାଦକ ପୁରଞ୍ଜନ ପାଢି ମଞ୍ଚ ପରିଚାଳନା କରିଥିଲେ ।

Spread the love