ପୁଣି ଆରମ୍ଭ ଭାରତ ଯୋଡ ଯାତ୍ରା, ଯୋଗୀଙ୍କ ଗଡରେ ପ୍ରବେଶ କଲେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ

ଦୀର୍ଘ ୯ ଦିନର ବରତି ପରେ ଆଜି ପୁଣି ଆରମ୍ଭ ହୋଇଛି ଭାରତ ଯୋଡ ଯାତ୍ରା । ଦିଲ୍ଲୀର କାଶ୍ମୀର ଗେଟ୍ ନିକଟରେ ଥିବା ହନୁମାନ ମନ୍ଦିରରେ ଦର୍ଶନ ପରେ ରାହୁଲ ଗାନ୍ଧାୀ ଓ ପ୍ରିୟଙ୍କା ଗାନ୍ଧୀ ଏହି ପଦଯାତ୍ରା ଆରମ୍ଭ କରିଛନ୍ତି । ଦିଲ୍ଲୀ ଦଙ୍ଗାରେ ପ୍ରଭାବିତ ମୌଜପୁର, ଜାଫରାବାଦ, ଗୋକୁଲପୁରୀ ଦେଇ ଏହି ଯାତ୍ରର ଉତ୍ତର ପ୍ରଦେଶରେ ପ୍ରବେଶ କରିବ ।

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ ଯାତ୍ରା ୯ ଦିନ ଧରି ବନ୍ଦ ଥିଲା । ଏବେ ଏହି ଯାତ୍ରା ଉତ୍ତର ପ୍ରଦେଶରେ ୧୨୦ କିଲୋମିଟର ଚାଲିବ । ଏହାପରେ ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରା ହରିଆଣାରେ ପହଂଚିବ । ଏହି ଯାତ୍ରା ୧୧୦ ଦିନ ମଧ୍ୟରେ ୩ହଜାର କିଲୋମିଟରରୁ ଅଧିକ ମାର୍ଚ୍ଚ କଲାଣି ।

Spread the love