ଆଜିଠୁ 2ଦିନ ଭାରତ ବନ୍ଦ

ନୂଆଦିଲ୍ଲୀ ୨୮/୦୩: ସୋମବାରଠୁ ୨ ଦିନିଆ ଭାରତ ବନ୍ଦ । ୧୨ ଦଫା ଦାବିରେ ବନ୍ଦ ଡାକରା ଦେଇଛନ୍ତି ଟ୍ରେଡ୍ ୟୁନିୟନ । ଆଜି ଓ ଆସନ୍ତାକାଲି ଦୁଇ ଦିନିଆ ବନ୍ଦ ଡାକରା ଦେଇଛନ୍ତି ଟ୍ରେଡ୍ ୟୁନିଅନ୍ ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ଆଇନ୍ ବୃହତ୍ତ ଭାବେ କର୍ମଚାରୀ, କୃଷକ ଓ ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି । ଏସବୁ ବିରୋଧରେ ବନ୍ଦ ଡାକରା ଦିଆ ଯାଇଥିବା କହିଛି ଟ୍ରେଡ୍ ୟୁନିଅନ୍ । ଆନ୍ଦୋଳନକୁ ବ୍ୟାଙ୍କ, ବୀମା, ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘଗୁଡିକ ସମର୍ଥନ ଜଣାଇଛନ୍ତି ।

ସଡ଼କପଥ, ପରିବହନ କର୍ମଚାରୀ ଏବଂ ବିଦ୍ୟୁତ କର୍ମଚାରୀ ମଧ୍ୟ ଏହି ଧର୍ମଘଟରେ ଯୋଗଦେବେ ବୋଲି ଜଣାପଡିଛି। ରେଳବାଇ ଏବଂ ପ୍ରତିରକ୍ଷା କ୍ଷେତ୍ରର ୟୁନିଅନମାନେ ଶହ ଶହ ସ୍ଥାନରେ ଏହି ଧର୍ମଘଟକୁ ସମର୍ଥନ କରିବେ ବୋଲି ବିବୃତିରେ ଦର୍ଶାଯାଇଛି। କୋଇଲା, ଇସ୍ପାତ, ତୈଳ, ଟେଲିକମ୍, ଡାକ ଭଳି ବିଭିନ୍ନ କ୍ଷେତ୍ରର କର୍ମଚାରୀମାନେ ଧର୍ମଘଟରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଏଥିରେ ସାମିଲ୍ ହେବାକୁ ଘୋଷଣା କରିଛି। ଏହି ବନ୍ଦ ଡାକରାକୁ ବ୍ୟାଙ୍କ ୟୁନିୟନଗୁଡ଼ିକ ସମର୍ଥନ କରୁଥିବାରୁ ଏହି ଦୁଇଦିନ ବ୍ୟାଙ୍କ କାରବାର ବନ୍ଦ ରହିବ । ପାରାଦୀପର ୧୧ଟି ଶ୍ରମିକ ସଂଗଠନ ୨୮ ଏବଂ ୨୯ତାରିଖ ଦୁଇଦିନ ଧରି ବନ୍ଦ ଡାକରା ଦେଇଛି । ସାମ୍ୱାଦିକ ସମ୍ମିଳନୀରେ ପାରାଦୀପର ସମସ୍ତ ଶ୍ରମିକ ସଂଗଠନ ବନ୍ଦ ଡାକରାକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି ।

Spread the love