୯ ତାରିଖରେ ରାଜଧାନୀରେ ହେବ ବିଶାଳ ଶୋଭାଯାତ୍ରା, ଯୋଗଦେବେ ବହୁ ସାଧୁସନ୍ଥ
ମା’ଦୂର୍ଗାଙ୍କ ଷଷ୍ଠି ଉତ୍ସବ ସମୟରେ ଶସ୍ତ୍ର ପୂଜନ ପାଇଁ ଭାରତୀୟ ରକ୍ଷା ମଂଚର ଆହ୍ୱାନ
ଭୁବନେଶ୍ୱର, Oct. 4: ଭାରତ ଏକ ଶାନ୍ତିପ୍ରିୟ ରାଷ୍ଟ୍ର । ବସୁଧୈବ କୁଟମ୍ବକମ୍ ଏହାର ନୀତି ଓ ଆଦର୍ଶ । ହେଲେ ଏ ଦେଶର ଶାନ୍ତି ଓ ସଂହତିକୁ ଅନେକ ସମୟରେ କିଛି ବାହ୍ୟଶକ୍ତିମାନେ ଦୂର୍ବଳ କରିବାକୁ ଅପଚେଷ୍ଟା କରିଆସିଛନ୍ତି । ଏଭଳି ଶକ୍ତିମାନେ ଏବେ ପୁଣି ଥରେ ସକ୍ରିୟ ହୋଇ ଆମ ଦେଶକୁ ଦୂର୍ବଳ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ଆମକୁ ସତର୍କ ହେବା ପାଇଁ ପଡିବ । ପୂର୍ବଭଳି ଆମର ନିଜସ୍ୱ ଆତ୍ମରକ୍ଷା ସାମରିକ କଳା ଆମେମାନେ ପରିପାଳନ କରି ଏହି ଶକ୍ତିମାନଙ୍କୁ ଆମେ ସମ୍ମୁଖୀନ ହେବାକୁ ପଡିବ । ଏହି ପ୍ରରିପେକ୍ଷୀରେ ଆସନ୍ତା ୯ ତାରିଖ ଦିନ ମା’ ଦୂର୍ଗାଙ୍କର ଷଷ୍ଠି ଉତ୍ସବ ପାଳନ ଅବସରରେ ପ୍ରତ୍ୟେକ ହିନ୍ଦୁ ଧର୍ମାଲମ୍ବୀ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଘରେ କରିବା ଲାଗି ଭାରତ ରକ୍ଷା ମଂଚ ଶୁକ୍ରବାର ଦିନ ଆହ୍ୱାନ କରିଛି ।
ମଂଚ ତରଫରୁ ଏହି ଦିନ ଭୁବନେଶ୍ୱର ରାମ ମନ୍ଦିର ଠାରେ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଏକ ବିଶାଳ ଶୋଭାଯାତ୍ରା ମାଷ୍ଟରକ୍ୟାଟିଂନ, ରାଜମହଲ ଦେଇ ଏଜି ଛକ ଠାରେ ସମାପିତ ହେବ ବୋଲି ଭାରତ ରକ୍ଷା ମଂଚର ଜାତୀୟ ସାଧାରଣ ସମ୍ପାଦକ ଡାକ୍ତର ଅଶୋକ ଆଚାର୍ଯ୍ୟ ଶୁକ୍ରବାର ଦିନ ଏଠାରେ ଏକ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଡକ୍ଟର ଆଚାର୍ଯ୍ୟ କହିଲେ ସନାତନ ଧର୍ମରେ ଶସ୍ତ୍ରପୂଜନ କାର୍ଯ୍ୟକ୍ରମରେ ଅବତାରଣା କରାଯାଇଛି । ଶସ୍ତ୍ରପୂଜନର ମୂଳ ଆଭିମୁଖ୍ୟ ହେଲା ନିଜକୁ, ନିଜ ପରିବାରକୁ ତଥା ସମାଜ ଓ ଦେଶକୁ ରକ୍ଷା କରିବା । ପ୍ରାଚୀନ କାଳରେ ଗୁରୁକୁଳରେ ବିଦ୍ୟାର୍ଥୀମାନଙ୍କୁ ଅନ୍ୟାନ ବିଷୟ ସହିତ ଶସ୍ତ୍ର ବିଦ୍ୟା ଶିକ୍ଷା ପ୍ରଦାନ କରାଯାଉଥିଲା ।
ଡକ୍ଟର ଆଚାର୍ଯ୍ୟ କହିଲେ ଯେ କିଛି ଦେଶ ବିଭାଜନକାରୀ ତଥା ଅଶାନ୍ତି ସୃଷ୍ଟିକାରୀ ସଂସ୍ଥା ଯେପରି କି ଜମାଜ-ଇ-ଇସଲାମି, ଅଲକାୟିଦା, ସାଉଦି ଆରବରେ ପ୍ରତିବନ୍ଧିତ ହୋଇଥିବା ତବଲିଗ୍ ଜମାତ୍ ଓ ପାକିସ୍ତାନର ଇଂଟର ସର୍ଭିସ ଇଂଟେଲିଜେନ୍ସ ସର୍ଭିସେସ୍ (ଆଇଏସଆଇ) ଭାରତର ଭୌଗଳିକ ସ୍ଥିତିକୁ ଖଣ୍ଡ ବିଖଣ୍ଡିତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହି ଶକ୍ତିଗୁଡ଼ିକ ଭାରତରେ ବାଲାଂଦେଶର କିଛି ମୌଳବାଦୀ ମୁସଲିମ୍ ଓ ରୋହିଙ୍ଗିଆ ମୁସଲିମ୍ଙ୍କୁ ବିଭିନ୍ନ ପଥଦେଇ ଭାରତରେ ଅନୁପ୍ରବେଶ କରିବା ପାଇଁ ଚେଷ୍ଟା ଜାରିରଖିଛନ୍ତି । ଦେଶବାସୀଙ୍କୁ ଏଥିପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ଡକ୍ଟର ଆଚାର୍ଯ୍ୟ ଚେତାଇ ଦେଇଥିଲେ ।
ସନାତନ ଧର୍ମର ମୂଳ ଉଦ୍ଦେଶ୍ୟ ଆତ୍ମରକ୍ଷା, ପରିବାର ରକ୍ଷା, ସମାଜ ଓ ଦେଶର ସୁରକ୍ଷା । ପ୍ରାଚୀନ ଭାରତର ଗୁରୁକୂଳରେ ପଢ଼ୁଥିବା ଛାତ୍ରମାନଙ୍କୁ ଆତ୍ମରକ୍ଷା କୌଶଳ ଓ ଶସ୍ତ୍ର ପୂଜାର ମହତ୍ୱ ସମ୍ପର୍କରେ ସୂଚନା ଦିଆଯାଉଥିଲା । ଏବେ ବି ଆମ ଆଦିବାସୀ ସଂପ୍ରଦାୟ ଲୋକମାନେ ବାହ୍ୟଶତ୍ରୁ ଠାରୁ ନିଜର ଆତ୍ମରକ୍ଷା ପାଇଁ ବିଭିନ୍ନ ଶସ୍ତ୍ର ପୂଜା କରି ଆସୁଛନ୍ତି । ହିନ୍ଦୁ ରାଜାମାନେ ଶସ୍ତ୍ର ପୂଜା କରି ପାରିଧିକୁ ଯାଉଥିଲେ । କିନ୍ତୁ ବିଡମ୍ବନାର ବିଷୟ ଯେ ବର୍ତମାନ ସାଧାରଣ ପାରିବାରିକ ଲୋକମାନେ ଆତ୍ମରକ୍ଷା ପାଇଁ କୌଣସି ପ୍ରକାର ସର୍ତକା ଅବଲମ୍ବନ କରୁନଥିବା ଦେଖାଯାଉଛି । ତେଣୁ ଆସନ୍ତା ଶସ୍ତ୍ରପୂଜନ ସମାବେଶ ଓଡିଶା ତଥା ଭାରତୀୟମାନଙ୍କ ଦେଶର ଗୌରବ ପ୍ରତି ଯତ୍ନଶୀଳ ହେବା ସହ ନିଜକୁ ଭାରତୀୟ ଏବଂ ଦେଶାତ୍ମବୋଧ ଜାଗ୍ରତ କରାଇବ ବୋଲି ଡକ୍ଟର ଆଚାର୍ଯ୍ୟ ଆଶାପୋଷଣ କରିଥିଲେ ।
ଆସନ୍ତା ୯ ତାରିଖ ବିଶାଳ ଜନସମାବେଶ ପ୍ରାୟ ଏକ ହଜାର ଲୋକ ଯୋଗ ଦେବେ । ଏଥିରେ ଅନେକ ସାଧୁ ଓ ସନ୍ଥମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଏହି ଅବସରରେ ଭାରତୀୟ ରକ୍ଷାମଂଚର ସାଧରଣ ସମ୍ପାଦକ ପୂରଞ୍ଜନ ପାଢ଼ୀ କହିଲେ ଯେ ଭାରତର ହିନ୍ଦୁମାନଙ୍କୁ ବୈଦେଶିକ ଶତ୍ରୁମାନଙ୍କଠାରୁ ଦେଶର ରକ୍ଷା ପାଇଁ ନିଜର ସମାରିକ ଐତିହ୍ୟକୁ ବଜାୟ ରକ୍ଷା କରିବା ପାଇଁ ପଡିବ ।
ଭାରତ ରକ୍ଷା ମଂଚରଞ୍ଚ କାର୍ଯ୍ୟ ନିର୍ବାହୀ ସଭାପତି ପଦ୍ମନାଭ ଦାଶ କହିଲେ ଯେ ଭାରତର କ୍ଷତ୍ରୀୟ ଓ ପାଇକମାନେ ଶସ୍ତ୍ର ପୂଜା କରିବା ପରମ୍ପରା ଆବହମାନ କାଳରୁ ରହିଆସିଅଛି । ତେଣୁ ଆମର ବର୍ତମାନର ପିଢି ଓ ଆଗାମୀ ବଂଶଧରମାନେ ଏହି ଶସ୍ତ୍ର ପୂଜନର ପ୍ରଥାକୁ ବଜାୟ ରଖିବାର ଆବଶ୍ୟକତା ରହିଛି ।
ଭାରତ ରକ୍ଷା ମଂଚର ଆଇନି ପରାମର୍ଶ ପ୍ରକୋଷ୍ଠ ସଭାପତି ଶ୍ରୀ ସୁଦାମ ଶତପଥୀ ଅତୀତରେ ଓଡିଶାର ପାଇକ ତଥା ଅନ୍ୟାନ କ୍ଷତ୍ରୀୟ ସମ୍ପ୍ରଦାୟ କିପରି ଆକ୍ରମଣକାରୀ ମୋଗଲ ଓ ଇଂରେଜ ଶକ୍ତି ବିରୋଧରେ ସଂଗ୍ରାମ କରିଥିଲେ ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏଠାରେ ଉଲେଖଯୋଗ୍ୟ ଯେ ଭାରତ ରକ୍ଷା ମଂଚ ହିନ୍ଦୁମାନଙ୍କ ସୁରକ୍ଷା ଓ ସାଂସ୍କୃତିକ ଐତିହ୍ୟକୁ ବଜାୟ ରଖିବା ପାଇଁ ପ୍ରତିଶୃତିବଦ୍ଧ ।