ଭାରତୀୟ ସୀମାରେ ଚୀନର କ୍ଷେପଣାସ୍ତ୍ର ମାଡ଼, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ, ୧୮/୧୦: ଚୀନ ଏଲଏସି (ବାସ୍ତବିକ ନିୟନ୍ତ୍ରଣ ରେଖା) ନିକଟରେ କ୍ଷେପଣାସ୍ତ୍ର ମାଡ଼ କରି ଭାରତ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଛି । ରକେଟ ଲଞ୍ଚରରୁ ଲଗାତାର ଗୁଳି ଓ କ୍ଷେପଣାସ୍ତ୍ର ମାଡ଼ରେ ଲାଦାଖର ପର୍ବତ କମ୍ପିତ ହୋଇଛି ।
WATCH: The PLA Tibet Theater Command recently held live-fire exercises in the Himalayas at an elevation of 4700m. 90% of the weapons and equipment involved had been newly commissioned. pic.twitter.com/Mud3tKmqZl
— Global Times (@globaltimesnews) October 18, 2020
ଚୀନ୍ର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଦାବି କରିଛି ଯେ ଏହି ସମରାଭ୍ୟାସରେ ୯୦% ପ୍ରତିଶତ ନୂତନ ଅସ୍ତ୍ର ବ୍ୟବହାର କରାଯାଇଛି।ଗ୍ଲୋବାଲ ଟାଇମ୍ସ କହିଛି ଯେ ଏହି ଅଭ୍ୟାସ ଚୀନ ସାମରିକ ବାହିନୀର ତିବ୍ଦତ କମାଣ୍ଡ ଦ୍ୱାରା ୪୭୦୦ ମିଟର ଉଚ୍ଚତାରେ କରାଯାଉଛି ଗ୍ଲୋବାଲ ଟାଇମ୍ସ ମଧ୍ୟ ଏହି ସମରାଭ୍ୟାସର ଏକ ଭିଡିଓ ପ୍ରକାଶ କରିଛି। ଏହି ଭିଡିଓରେ ଚୀନ୍ ସେନା ଅନ୍ଧାରରେ ଏବଂ ଡ୍ରୋନ୍ ବିମାନ ସାହାଯ୍ୟରେ ଆକ୍ରମଣ କରୁଥିବା ଦେଖାଯାଉଛି।
ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସୀମାରେ ଏତେ ସଂଖ୍ୟକ ସେନା ଚୀନ ମୁତୟନ କରିବା ପୂର୍ବର ଦୁଇ ଚୁକ୍ତିନାମାର ବିପରୀତ ଓ ଦୁଇ ସେନା ମଧ୍ୟରେ ଉତ୍ତେଜନାସ୍ଥିତି ସୃଷ୍ଟି ହୋଇଛି ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି ।