ଜିମ୍ ନଯାଇ ବି ଏଭଳି ୧୫କିଲୋ ଓଜନ କମ କରିଥିଲେ ଭାରତୀ ସିଂହ

ମୁମ୍ବାଇ: ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଏବେ ନିଜ ଓଜନ ହ୍ରାସକୁ ନେଇ ଚର୍ଚ୍ଚାରେ ଅଛନ୍ତି। କ୍ୟାରିୟର ଆରମ୍ଭରୁ ତାଙ୍କର ଓଜନ ଅଧିକ ଥିବା ବେଳେ ଏବେ ସେ ୧୫କିଲୋ ଓଜନ କମ କରିଛନ୍ତି। ତେବେ ଜିମ୍ ନଯାଇ ଭାରତୀ ଏହା ସମ୍ଭବ କରି ଦେଖାଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିବାହ ପରେ ଯେତେବେଳେ ଭାରତୀ ମା’ ହୋଇଥିଲେ, ସେତେବେଳେ ସେ ତାଙ୍କ ଓଜନ କମ କରିଥିବା ଦେଖାଯାଇଥିଲା।

କିଛି ଦିନ ତଳେ ଭାରତୀ ଏକ ସାକ୍ଷାତକାରରେ ୧୫କିଲୋ କିଭଳି କମ କରିଥିଲେ, ତା’ ବିଷୟରେ ଜଣାଇଥିଲେ। ସେ କହିଥିଲେ ‌ଯେ, ମୁଁ ଓଜନ କମ କରିବା ପାଇଁ ପରଟା ଛାଡି ନଥିଲି କି ଜିମ୍ ଯାଇନଥିଲି। ମୁଁ କେବଳ ଇଣ୍ଟରମିଟେଣ୍ଟ ଫାଷ୍ଟିଂ କରିଥିଲି। ଦିନ ୧୨ଟାରେ ମୁଁ ମୋର ପ୍ରଥମ ଖାଦ୍ୟ ଖାଉଥିବା ବେଳେ ସନ୍ଧ୍ୟା ୭ଟା ପରେ ଖାଇବା ବନ୍ଦ କରିଥିଲି। କରୋନା ସଂକ୍ରମଣ ବଢ଼ିବା ପରେ ଲକଡାଉନ ହେବାରୁ ମୁଁ ଘର କାମ କରିବା ଆରମ୍ଭ କରିଥିଲି। ଏସବୁ କରି ହିଁ ମୁଁ ୧୫କିଲୋ ଓଜନ କମ କରିଥିଲି। ପ୍ରଥମରୁ ଭାରତୀଙ୍କ ଓଜନ ୯୧କିଲୋ ଥିବା ବେଳେ ଏବେ ତାଙ୍କ ଓଜନ ୭୬କିଲୋ ରହିଛି।

ତେବେ ଜୁଲାଇ ୩, ୧୯୮୪ରେ ଜନ୍ମ ହୋଇଥିବା ଭାରତୀ ନିଜ ଭାଇ ଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ । ଥରେ ଏନ୍‌ସିସି କ୍ୟାମ୍ପରେ ଭାରତୀ ଅଭିନୟ କରି ଲୋକଙ୍କୁ ହସାଉଥିବା ବେଳେ ସୁଦେଶ ଲହରୀ ତାଙ୍କ ଅଭିନୟ ଦେଖି ମୁଗ୍ଧ ହେବା ସହ ଭାରତୀଙ୍କୁ ତାଙ୍କ ଜୀବନର ପ୍ରଥମ ଅଫର ଦେଇଥିଲେ, ଯାହା ପରେ ସେ ଆଉ ପଛକୁ ଫେରି ନଥିଲେ । କମେଡି ସୋ’ ‘ଦ ଗ୍ରେଟ୍‌ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ’ ପରେ ଭାରତୀଙ୍କ ଭାଗ୍ୟ ବଦଳିବା ସହ ଲୋକେ ତାଙ୍କୁ ଚିହ୍ନିବା ଆରମ୍ଭ କରିଥିଲେ ।

Spread the love