ସାଂସଦ ଭର୍ତ୍ତୃହରି ମହତାବ ଅସୁସ୍ଥ, ଦିଲ୍ଲୀର ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ଵର ୨୦।୧୨: କଟକ ସାଂସଦ ତଥା ବିଜେଡିର  ବରିଷ୍ଠ ନେତା ଭର୍ତ୍ତୃହରି ମହତାବ ଅସୁସ୍ଥ। ସୋମବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ତ୍ତୃହରିଙ୍କ ପୁଅଙ୍କ ସହ କଥା ହୋଇ ସ୍ଵାସ୍ଥ୍ୟବସ୍ଥା ପଚାରି  ବୁଝିବା ସହ ଆଶୁ ଆରୋଗ୍ୟ ଓ ଶୀଘ୍ର ସୁସ୍ଥ କାମନା କରିଛନ୍ତି। ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବରିଷ୍ଠ ସାଂସଦଙ୍କ ସ୍ଵାସ୍ଥ୍ୟବସ୍ଥା ମଧ୍ୟ ପଚାରି ବୁଝିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ପିଟାଲ ଆସି ଭର୍ତ୍ତୃହରିଙ୍କୁ ସ୍ଵାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି।

Spread the love