ଭନିତା ଶ୍ରୀନିବାସନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା

ଭୁୁୁବନେଶ୍ୱର,  ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିବା ପରେ ଭାରତୀୟ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଭନିତା ଶ୍ରୀନିବାସନ ପ୍ରଥମଥର ପାଇଁ ଓଡିଶା ଗସ୍ତରେ ଆସି  ଭୁବନେଶ୍ୱରରେ ପହଂଚିଛନ୍ତି। ବିମାନ ବନ୍ଦରରେ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ସ୍ୱାଗତ ଜଣାଇଥିଲେ । ରାଜ୍ୟ କାର୍ଯ୍ୟାଳୟରେ ପହଂଚିବା ପରେ ମହିଳା ମୋର୍ଚ୍ଚ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ରାଜ୍ୟ ସଭାପତି  ସମୀର ମହାନ୍ତି, ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତିଙ୍କ ସମେତ। ଧିକାରୀଗଣ ଶ୍ରୀନିବାସନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୈାକନ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ ।  ଶ୍ରୀନିବାସନ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ପରୀକୁ ନ୍ୟାୟ ପାଇଁ ପଦଯାତ୍ରାରେ ସାମିଲ ହେବେ ।

Spread the love