ପୁରୁଷ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ମହିଳା କର୍ମଚାରୀଙ୍କୁ ଜେଲ୍ ହେବକି

ମହିଳା ସାମ୍ବାଦିକଙ୍କୁ ଥଟ୍ଟାରେ ମାରି ଯଦି ଜଣେ ଫିଲ୍ମ ପ୍ରଯୋଜକଙ୍କୁ ଜେଲ ଯିବାକୁ ପଡିଲା ତେବେ ପୁରୁଷ ସାମ୍ବାଦିକଙ୍କୁ ରାଗରେ ମାଡ଼ ମାରିଥିବା ଭୋଗରାଇ ବ୍ଲକ କାର୍ଯ୍ୟାଳୟର  ମହିଳା କର୍ମଚାରୀଙ୍କୁ କାହିଁକି ଜେଲ୍ ହେବନି? ସେ ମହିଳା କର୍ମଚାରୀ ଜଣକ ସାମାନ୍ୟ ପ୍ରଶ୍ନରେ ସିଏ ଯଦି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିପାରୁଛନ୍ତି ତେବେ ସେଠାକାର ସାଧାରଣ ଲୋକଙ୍କର କି ଅବସ୍ଥା ହେଉଥିବ!! ସେଠି ଲୋକଙ୍କୁ ସେ ମହିଳା କର୍ମଚାରୀ ସେବା ଦେଉଥିବେ କି ସୋଧା ଦେଉଥିବେ ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି। ଏଭଳି ଜଣେ  କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବନ କରାଯାଉ। ସାମ୍ବାଦିକ ପୁରୁଷ ହୁଅନ୍ତୁ ବା ମହିଳା, ସେମାନଙ୍କ ପ୍ରତି ଅନ୍ୟାୟ ଆଦୌ ବରଦାସ୍ତ କରା ନଯାଉ।

Spread the love