ଭୁବନେଶ୍ୱରରେ ଗଛ କାଟିବାକୁ ବିରୋଧ
ଭୁବନେଶ୍ୱର : ୧୦ ବର୍ଷ ଧରି ଗୋଟେ ପିଲା କୁ ବଢେଇ କୁଢେଇ ତାର ବେକ କଟିଲା ପରି ଲାଗୁଚି ମତେ । ଆମେ ବୃକ୍ଷ ଲଗେଇ ଏତେ ବଡ କରିଲା ପରେ ସରକାରଙ୍କ ଦ୍ଵାରା ଗଛ କଟାଯାଉଛି ଦେଲ୍ଟା ଛକ ନିକଟରେ ପାଞ୍ଚ ତାରକା ହୋଟେଲ ପ୍ରସ୍ତୁତ ହେଉଛି ବୋଲି । ଗଛ ତ ରୋଡ ମଝି ଅଂଶରେ ଅଛି ସେ କାହାର କଣ କ୍ଷତି କରୁଛି । ଗଛ ଅଛି ବୋଲି ସମସ୍ତେ ବଞ୍ଚିଛେ, ତାର ଛାଇ ,ପବନ , ଫୁଲ ,ଫଳ ମିଳୁଛି। ୟେ ମଣିଷ ରୁପି ରାକ୍ଷସ ମାନେ କେମିତି ଭୁଲି ଯାଉଛନ୍ତି ଗଛ ର ଉପକାର ଗୁଡ଼ାକୁ । ଗୋଟେ ତ ବୃକ୍ଷ ରୋପଣ କରିବେନି ଆଉ ଆସିକି କାଟି ପକାଉଛନ୍ତି । ଅମ୍ବିକା ଫାଉଣ୍ଡେସନର ସଦସ୍ୟ ମାନଙ୍କ ପକ୍ଷରୁ ରୋକା ଯିବାରୁ ଅଧିକାରୀ ମାନେ କହୁଛନ୍ତି ଜାଓ ରେଞ୍ଜ ଅଫିସ ସେଥି କଂପ୍ଲେନ୍ କର । ଗୋଟେ ଗଛ କାଟିବା ପୂର୍ବରୁ ୧୦ଟା ଗଛ ସେତିକି ବଡ଼ କରିବା ଦରକାର ,ତାପରେ ୟେ ଗଛ ରେ ହାତ ଲଗେଇବ । ଏଣୁ ଗଣମାଧ୍ୟମ ଭାଇ ମାନଙ୍କୁ ଅନୁରୋଧ ଆମର ଏଇ ଅଭିଯାନ କୁ ସହଯୋଗ କରିବେ । ଆସନ୍ତା କାଲି ସୋମବାର ରେଞ୍ଜ ଅଫିସ ରେ ଦରଖାସ୍ତ ଦାଖଲ କରାଯିବ ।