ଝାରପଡାରେ ଗୁଳିକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଗିରଫ

ଭୁବନେଶ୍ୱର ଝାରପଡାରେ ଗୁଳିକାଣ୍ଡ ଘଟଣା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥାକୁ ପୋଲିସ ଗିରଫ କରିଛି । ଖାଲି ସେତିକି ନୁହେଁ ଅନ୍ୟ ଜଣେ ସହଯୋଗୀକୁ ପୋଲିସ ଗିରଫ କରିଛି । ତେବେ ଏହି ମାମଲାରେ ଗିରଫ ସଂଖ୍ୟା ୪ରେ ପହଞ୍ଚିଲା । ପୂର୍ବରୁ ପୋଲିସ ୨ଜଣଙ୍କୁ ଗିରଫ କରିଥିଲା । ଗିରଫ ପ୍ରଭାତ ବିଜେପିର କର୍ପୋରେଟର ପ୍ରାର୍ଥୀ ଥିଲେ ।

ଗତ ବୁଧବାର ରାତିରେ ଏହି ଗୁଳିକାଣ୍ଡ ଘଟିଥିଲା । କର୍ପୋରେଟର ଶ୍ରୀଧର ଜେନାଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ ହୋଇଥିଲା । ପ୍ରଜାପତି ମଣ୍ଡପ ନିକଟରେ ଯାଉଥିବା ବେଳେ ପ୍ରଭାତ ମାର୍ଥା ଓରଫ୍‌ ଗୁଲ ମାର୍ଥାଙ୍କ ଗାଡ଼ି ଓ କର୍ପୋରେଟର ଶ୍ରୀଧରଙ୍କ ବଡ଼ ପୁତୁରା ଦୀପକ ଜେନାଙ୍କ ଗାଡ଼ି ମୁହାଁମୁହିଁ ହୋଇଥିଲା । ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ଗାଳିମନ୍ଦ ଆରମ୍ଭ ହୋଇଥିଲା ।

ଖବର ପାଇ ପ୍ରଭାତଙ୍କ ସହଯୋଗୀ ଓ ଦୀପକଙ୍କ ଦାଦା ଶ୍ରୀଧର, ବାପା ଶିଖର ଏବଂ ସାନଭାଇ ଆଲୋକ ସେଠାରେ ପହଞ୍ଚିଥିଲେ। କଥା କଟାକଟିରୁ ସ୍ଥିତି ବିଗିଡ଼ିଥିଲା। ପ୍ରଭାତ ଓ ତା’ର ସହଯୋଗୀମାନେ ଦୁଇଟି ବନ୍ଧୁକରୁ ଆଖିବୁଜା ଗୁଳି ଚଳାଇଥିଲେ। ପ୍ରାୟ ୧୨ ରାଉଣ୍ଡ ଗୁଳି ଫୁଟିଥିଲା। ଗୋଟିଏ ଗୁଳି ଶିଖରଙ୍କ ବାମ ଗୋଡ଼ରେ ବାଜିଥିବା ବେଳେ ଆଉ ଏକ ଗୁଳି ଆଲୋକଙ୍କ ଗୋଡ଼ରେ ବାଜିଥିଲା।

Spread the love