୬ମାସ ହୋଇଗଲା ରାଜଧାନୀରେ ପୀଡିତାଙ୍କୁ ମିଳୁନି ନ୍ୟାୟ

୬ମାସ ହୋଇଗଲା ରାଜଧାନୀରେ ପୀଡିତାଙ୍କୁ ମିଳୁନି ନ୍ୟାୟ
ଜଣେ ଯୁବତୀଙ୍କୁ ପତ୍ନୀର ମାନ୍ୟତା ଦେଇ ୬ମାସ ଧରି ଶାରୀରିକ ସମ୍ପର୍କ ରଖିବା ପରେ ତାକୁ ପତ୍ନୀଭାବେ ଘରେ ନରଖିବା ମାମଲା ଏବେ ଏକ ତରଫା ହୋଇଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ କୌଣସି ର୍କ୍ୟାାନୁଷ୍ଠାନ ନାହିଁ । ଆସନ୍ତା ଜାନୁୟାରୀ ୩ତାରିଖରେ କୋର୍ଟରେ ମାମଲା ବିଚାର ଥିବାବେଳେ ୭ତାରିଖରେ ମହିଳା କମିଶନ ମଧ୍ୟ ପଚରାଉଚରା କରିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି ।  ଏପରି ଏକ ସଙ୍ଗିନି ମାମଲାରେ ପୁଲିସ  ଡାକ୍ତରୀ ମାଇନା କରାଇନାହିଁ ।  ପୁଲିସ କେବଳ କିଛି ଦଫା ଲଗାଇ ଫେମିଲି କୋର୍ଟକୁ ପଠାଇ ଦେଇଛି । ଏନେଇ ମହିଳା ଥାନା ଆଇଆଇସିଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମଳିନାହିଁ । ଯୁବତୀଙ୍କୁ ହତ୍ୟାଧମକ ମିଳୁଥିବା ସେ ଅଭିଯୋଗ କରିଛନ୍ତି ।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସମ୍ପୃକ୍ତ ଯୁବକଙ୍କ ଘର ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ଅଞ୍ଚଳରେ  । ଗତ  10. 3.  2019 ତାରିଖରେ ଅବିନାଶ ନାୟକ ତାଙ୍କୁ ପୁରୀ ଲକ୍ଷ୍ମୀମନ୍ଦିରରେ ବିବାହ କରିଥିଲେ । ଏହାପରେ ପୁରୀର ସପ୍ତର୍ଶୀ ହୋଟେଲରେ ଶାରୀରିକ ସମ୍ପର୍କ ରଖିଥିଲେ । ଏମିତିକି ଗତ ୬ମାସ ହେଲା ପତି ପତ୍ନୀ ଭାବରେ ଦୁହେଁ ରହୁଥିଲେ  । ଏହା ପୂର୍ବରୁ ଏପ୍ରିଲ ମାସରେ ମଧ୍ୟ ଅବିନାଶ ଯୁବତୀଙ୍କ ସହ ହୋଟେଲରେ ରାତି ବିତାଇଥିଲେ  । ଏବେ କୋର୍ଟରେ ବିବାହ ପ୍ରସ୍ତାବ ପକାଇବାରୁ ଅବିନାଶଙ୍କ ପିତା, ମାତା ବୋହୂ କରିବାକୁ ରାଜି ହେଉନଥିବା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ସ୍ୱାମୀ ମଧ୍ୟ ତାଙ୍କ ବାପା ମାଆଙ୍କ କଥାରେ ପରିଚାଳିତ ହେଉଛନ୍ତି । ଏନେଇ ଯୁବତୀଙ୍କ ମାଆ ଅବିନାଶର ବାପାଙ୍କ ସହ ଏ ବିଷୟରେ କଥା ହେବାରୁ ତୁମର ଯାହା ଇଚ୍ଛା କର ବୋଲି କହିଥିଲେ  । ଏହାସହ ଏ ବାହାଘର ହୋଇପାରିବ ନାହିଁ ବୋଲି ସିଧା ଶୁଣାଇଦେଇ ଥିଲେ  । ମୁଁ ବଙ୍ଗାଳି ବୋଲି ଜାଣି ମୋତେ ବୋହୂ ଭାବରେ ଗ୍ରହଣ କରିବାକୁ ରାଜି ହେଉନଥିବା ଯୁବତୀ ଅଭିଯୋଗ କରିଛନ୍ତି ।
Spread the love