ବସକୁ ସାଢେ ୫ ଲକ୍ଷ ଟଙ୍କାର ଜରିମାନା
ଭୁବନେଶ୍ବର, ୧୪/୧୦: ଭୁବନେଶ୍ବର ଆଞ୍ଚଳିକ ପରିବହନ ବା ଆରଟିଓ ଭୁବନେଶ୍ବର -୨ ପକ୍ଷରୁ ବୁଧବାର ଏକ ଯାତ୍ରୀବାହୀ ବସକୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜରିମାନା କରାଯାଇଥିବା ଜଣାପଡ଼ିଛି। ୨୦୧୯ ମେ’ ମାସରୁ ଏଯାଏଁ ଏମଭି ଟ୍ୟାକ୍ସ ଦେଇ ନ ଥିବାରୁ ଆରଟିଓ ଭୁବନେଶ୍ବର -୨ ପଷରୁ ଏହି ଜରିମାନା କରାଯାଇଛି। ଟ୍ୟକ୍ସ ସହ ମୋଟ ଜିରାମାନ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କା କରାଯାଇଛି। ବସଟିର ବୈଧ ଷ୍ଟେଜ କ୍ୟାରେଡ ପରମିଟ୍ ନ ଥିବା ମଧ୍ୟ ସୂଚନା ମିଳିଛି।