କମିଶନରେଟ୍ ପୋଲିସର ନୂଆ ଋଣନୀତି: ସହର ଉପରେ ୨୪ ଘଣ୍ଟା ନଜର ରଖିବ ସିସିଟିଭି

ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ କରିବା ପାଇଁ ନୂଆ ଋଣନୀତି ପସ୍ତୁତ କରାଯାଇଛି । ‘ସହଭାଗିତା’ ନାଁରେ ସହଯୋଗ ଲୋଡିଛି କମିଶନରେଟ୍ ପୋଲିସ । ଅପରାଧିକ କାର୍ଯ୍ୟକଳାପ ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ କମିଶନରେଟ ପୋଲିସର ଏହା ଏକ ନୂଆ ପଦକ୍ଷେପ । ପୋଲିସ ସର୍ଭର ସହ ଯୋଡି ହେବ ମଲ୍, ମାର୍କେଟ, ଆପାର୍ଟମେଣ୍ଟ,ବ୍ୟାଙ୍କ ଓ ବ୍ୟବସାୟିକ ଅନୁଷ୍ଠାନ। ଏଥିସହିତ ଲାଗିଥିବା ସିସିଟିଭି ମଧ୍ୟରୁ ଗୋଟିଏ କ୍ୟାମେରା ରାସ୍ତାକୁ ରହିବ । ରାସ୍ତାକୁ ସିସିଟିଭି କ୍ୟାମେରା ରହିଲେ ଲୋକଙ୍କ ଗତିବିଧି ଉପରେ ନଜର ରହିବ ।

ଏହାସହ ଲାଗିଥିବା ସିସିଟିଭି ଆଇପି ଠିକଣା ସେୟାର କରିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଯାହା କମିଶନରେଟ୍ ପୋଲିସ କଣ୍ଟ୍ରୋଲ ରୁମ୍ ସହ ସେୟାର ହେବ । ସିସିଟିଭିର ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ । ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

Spread the love