ନୂଆ ରୂପରେ ସଜେଇ ହେବ ଭୁବନେଶ୍ୱର ରେଳ ଷ୍ଟେସନ, ଖର୍ଚ୍ଚ ହେବ ୧୦ ରୁ ୧୨ ହଜାର କୋଟି ଟଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମିଳନୀର ଆୟୋଜନ କରାଯାଇଛି । ନୂଆ ରୂପରେ ଦେଖିବାକୁ ମିଳିବ ଭୁବନେଶ୍ୱର ରେଲୱେ ଷ୍ଟେସନ । ଭୁବନେଶ୍ୱର ଷ୍ଟେସନର ଉନ୍ନତିକରଣ ହେବା ସହ ଯାତ୍ରୀଙ୍କୁ ସୁବିଧା ଯୋଗାଇବା ନିମନ୍ତେ ବହୁ ବ୍ୟବସ୍ଥା କରାଯିବ । ଯେହେତୁ ଏହା ରାଜ୍ୟ ରାଜଧାନୀର ଷ୍ଟେସନ ଏଥିପାଇଁ ଏହାର କିପରି ସୌନ୍ଦର୍ଯ୍ୟକରଣ କରାଯିବ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ପାର୍କିଂ ବ୍ୟବସ୍ଥା ମଧ୍ୟ ଠିକ ଭାବେ ନାହିଁ ଏହାର ମଧ୍ୟ ଉନ୍ନତିକରଣ କରାଯିବ । ଠିକ ସେହିପରି ଡ୍ରେନେଜ ସମସ୍ୟା ଯାହା ରହିଛି ତାହା ଉପରେ ମଧ୍ୟ କାର୍ଯ୍ୟ କରାଯିବ । ଅନ୍ତର୍ଜାତୀୟ ସ୍ତରର ଷ୍ଟେସନ ଉନ୍ନତିକରଣ କରାଯାଇ ଅନେକ କିଛି କରାଯିବାର ଯୋଜନା ରହିଛି । ଷ୍ଟେସନ କମ୍ପ୍ଲେକ୍ସ, ସପିଙ୍ଗ ମଲ ଆଦି ଭୁବନେଶ୍ୱର ଷ୍ଟେସନରେ ନିର୍ମାଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପାଖାପାଖି ୧୦-୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ସବୁ ନିର୍ମାଣ ହୋଇ ସାରିଲେ ପୂର୍ବ ଭାରତର ଏକ ସୁନ୍ଦର ଷ୍ଟେସନରେ ଭୁବନେଶ୍ୱର ରେଲୱେ ଷ୍ଟେସନ ପରିଣତ ହେବ । ଏନେଇ ସୂଚନା ଦେଇଛନ୍ତି ଇଷ୍ଟ କୋଷ୍ଟ ରେଲୱେ ଷ୍ଟେସନର ଜେନେରାଲ ମ୍ୟାନେଜର ବିଦ୍ୟା ଭୂଷଣ ।

Spread the love