ନୂଆ ରୂପ ନେବ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ୱର ୧୦/୦୭: ନୂଆ ରୂପ ନେବ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପରିସରରେ ଏକ Indoor athletic ଷ୍ଟାଡିୟମ ନିର୍ମାଣ ହେବ । ୪୦୦ ମିଟର ଟ୍ରାକ ଥିବା ଏକ Indoor athletic ଷ୍ଟାଡିୟମ ନିର୍ମାଣ ହେବାକୁ ଯାଉଛି । ଏହା ସହ କଳିଙ୍ଗ ଷ୍ଟାଡିୟମ ପରିସରରେ ଏକ ବିଶ୍ୱସ୍ତରୀୟ ଟେନିସ୍ କୋର୍ଟ ନିର୍ମାଣ ହେବ। ଯେଉଁଠି ଡେଭିସ କପ ଭଳି ଷ୍ଟାଣ୍ଡର୍ଡର ପ୍ରତିଯୋଗିତା ଖେଳାଯାଇପାରିବ ।

ଉଚ୍ଚ କାର୍ଯ୍ୟଦକ୍ଷତା କେନ୍ଦ୍ର ପାଇଁ ଆଉ ଏକ ବିଶ୍ୱସ୍ତରୀୟ Swiping poll ନିର୍ମାଣ ହେବ । କେବଳ ଏତିକି ନୁହେଁ ଅନ୍ତର୍ଜାତୀୟ ଇଭେଣ୍ଟ ହେଲେ ଆସୁଥିବା ଅତିଥିମାନଙ୍କ ପାଇଁ ଏକ ଗେଷ୍ଟ ହାଉସ ନିର୍ମାଣ ହେବ । ଏହାସହ ହାଇ ପରଫର୍ମାନ୍ସ ସେଣ୍ଟର ପାଇଁ ଏକ ସ୍ପୋର୍ଟ ହଷ୍ଟେଲ ମଧ୍ୟ କଳିଙ୍ଗ ଷ୍ଟାଡିୟମ ପରିସରରେ ନିର୍ମାଣ ହେବ । ଏହି ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରିକାନ୍ତି ବେହେରା ।

Spread the love