ଭୂମି ପୂଜନ ଏବଂ ଭିତ୍ତି ପ୍ରସ୍ଥର ସ୍ଥାପନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ହଂସପାଳ ଠାରେ ବହୁ ପ୍ରତିକ୍ଷୀତ Over Bridge ଭୂମି ପୂଜନ ଏବଂ ଭିତ୍ତି ପ୍ରସ୍ଥର ସ୍ଥାପନା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟା l ଏହି ଅବସରରେ ସାଂସଦ ମହୋଦୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତୀନ ଗଡ଼କରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l କାର୍ଯ୍ୟକ୍ରମରେ NHAI କ୍ଷେତ୍ରୀୟ ନିର୍ଦେଶକ ମହୋଦୟ ଉପସ୍ଥିତ ଥିଲେ ଏବଂ କାର୍ଯ୍ୟରେ ମୋଟ 24 କୋଟି 63 ଲକ୍ଷ ଟଙ୍କା ବ୍ୟୟ ହେବ ଏବଂ ଆଗାମୀ 18 ମାସ ମଧ୍ୟରେ କାର୍ଯ୍ୟ ସମାପନ ହେବ l ଏହି ଅଞ୍ଚଳଟି ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥିବାରୁ, ଜନସାଧାରଣଙ୍କ ମିଳିତ ସଂଗଠନ ଉତ୍ତର ଭୁବନେଶ୍ୱର ଉନୟନ ପରିଷଦ ପକ୍ଷରୁ ସାଂସଦ ମହୋଦୟାଙ୍କୁ ଜଣାଇଥିଲେ ଏବଂ ସାଂସଦ ମହୋଦୟାଙ୍କ ପ୍ରତେକ୍ଷ ପ୍ରୟାସ କ୍ରମେ ଏହା ଆଜି ସଫଳ ହୋଇ ପାରିଛି l

Spread the love