ହିମାଚଳରେ ପୁଣି ଭୂକମ୍ପ ଝଟକା: ୨୮ ଦିନରେ ୧୨ ଥର ଭୂକମ୍ପ, ଲୋକେ ଭୟଭୀତ

ଶିମଲା ୨୮/୧୧ : ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ହଠାତ ଭୂକମ୍ପ ହେବାରୁ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ଶିମଲାରୁ ୪୫ କିଲୋମିଟର ଦୂର ମଣ୍ଡିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି | ଭୂକମ୍ପର ତୀବ୍ରତା ୩.୪ ଥିଲା। ତେବେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ। ଭୂକମ୍ପ ଝଟକା ଅନୁଭୂତ ହେବାପରେ ପ୍ରଶାସନ ଓ ପୋଲିସ ଆଲର୍ଟ ହୋଇଯାଇଛି।

ଏହା ପୂର୍ବରୁ ନଭେମ୍ବର ୨୪ ତାରିଖରେ ହିମାଚଳ ପ୍ରଦେଶରେ ୨୪ ଘଣ୍ଟାରେ ୪ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ହିମାଚଳରେ ଭୂକମ୍ପ ଘଟଣା ବୃଦ୍ଧି ପାଇଛି। ନଭେମ୍ବର ୧୯ ତାରିଖ ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ମଣ୍ଡିରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ଥିଲା। ତେବେ କୌଣସି କ୍ଷୟକ୍ଷତି ହୋଇନଥିଲା।

ସୂଚନା ଅନୁଯାୟୀ, ହିମାଚଳରେ ନଭେମ୍ବର ମାସରେ ୨୮ ଦିନରେ ୧୨ ଥର ଭୂକମ୍ପ ହୋଇଛି। ଶିମଲାରେ ସର୍ବାଧିକ ୪ ଥର ଭୂକମ୍ପ ହୋଇଛି। କିନ୍ନୌରରେ ୩ ଥର, ଚମ୍ବାରେ ୨ ଥର ଓ ମଣ୍ଡି ଓ କାଙ୍ଗଡାରେ ଠାରେ ଲେଖାଏ ଭୂକମ୍ପ ହୋଇଛି। ତେବେ ମହତ୍ତ୍ୱପୂର୍ଣ୍ଣ କଥା ହେଲା ଭୂକମ୍ପର ତୀବ୍ରତା ଅଧିକ ନଥିଲା। ଭୂକମ୍ପକୁ ନେଇ ଚମ୍ବା, ମଣ୍ଡି ଓ ଶିମଲା ସବୁଠାରୁ ସମ୍ବେଦନଶୀଳ ବୋଲି କୁହାଯାଏ।

Spread the love