ଆଫଗାନିସ୍ତାନରେ ଭୂମିକମ୍ପର ତୀବ୍ର ଝଟକା, ୧୨ ମୃତ, ଅନେକ ଆହତ

ନୂଆଦିଲ୍ଲୀ,୧୭/୦୧: ଆଫଗାନିସ୍ତାନରେ ଭୂମିକମ୍ପ । ଆଫଗାନିସ୍ତାନର ପଶ୍ଚିମ ପ୍ରାନ୍ତ ବାଡଘିସରେ ହୋଇଥିବା ଭୂମିକମ୍ପରେ ଅତି କମରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଆହୁରି ଅନେକ ଲୋକେ ଆହତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬ ରେକର୍ଡ କରାଯାଇଛି । ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଅପରାହ୍ଣ ସମୟରେ ଆଫଗାନିସ୍ତାନର ବାଡଘିସରେ ଭୂମିକମ୍ପର ଝଟକା ଅନୁଭବ ହୋଇଥିଲା।  ଭୂମିକମ୍ପର ତୀବ୍ର ଝଟକାରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି ।

ଏହା ପୂର୍ବରୁ ଶୁକ୍ରବାର ରାତିରେ ଆଫଗାନିସ୍ତାନର ଫେଜାବାଦ ନିକଟରେ ଭୂମିକମ୍ପର ତୀବ୍ର ଝଟକା ଅନୁଭବ ହୋଇଥିଲା । ତେବେ ଏଥିରେ ସମୟରେ କୌଣସି ଧନ ଜୀବନର କ୍ଷୟକ୍ଷତି ହୋଇ ନଥିଲା। ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରେକର୍ଡ କରାଯାଇଥିଲା। ଶୁକ୍ରବାର ହୋଇଥିବା ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନର ଫେଜାବାଦଠାରୁ ୧୧୭ କିଲୋମିଟର ଦୂର ଦକ୍ଷିଣପୂର୍ବରେ ଥିଲା ।

Spread the love