ଭୂମିକମ୍ପରେ ଥରିଲା ଲେହ, ଆଣ୍ଡାମାନରେ ବି ଲାଗିଲା ଝଟ୍‌କା

ନୂଆଦିଲ୍ଲୀ ୨୯/୦୩:  ଜମ୍ମୁ-କାଶ୍ମୀରର ଲେହରେ ମଙ୍ଗଳବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ଜଣା ପଡିଛି । ସକାଳ ୭ଟା ୨୯ରେ ଭୂକମ୍ପର ଝଟକା ଲାଗିଥିଲା । ଏହାର କେନ୍ଦ୍ର ଅଲଚୀରୁ ୧୮୬ କିମି ଅର୍ଥାତ ଉତ୍ତର ଚୀନ୍ ବୋଲି କୁହାଯାଉଛି ।

ଭୂକମ୍ପର ଝଟକା ଲାଗିବା ପରେ ଲୋକେ ଘରୁ ବାହାରି ଯାଇଥିଲେ । ତେବେ ଏହା ଏତେ ଗୁରୁତର ନଥିଲା । କେହି ମୃତାହତ ହୋଇଥିବା ଖବର ମଧ୍ୟ ଏବେସୁଦ୍ଧା ଆସିନାହିଁ ।

ଏହାପୂର୍ବରୁ ସୋମବାର ବିଳମ୍ବିତ ରାତ୍ରରେ ଆଣ୍ଡାମାନରେ ଭୂମିକମ୍ପର ଝଟକା ଲାଗିଥିଲା । ଦିଗଲୀପୁର ଭୂମିକମ୍ପରେ ଥରିଥିଲା । ଏହାର ତୀବ୍ରତା ୪.୪ ଥିଲା । କେବଳ ଏତିକି ନୁହେଁ ଏହାର କେନ୍ଦ୍ରସ୍ଥଳୀ ଦିଗଲୀପୁରରୁ ୧୪୭ କିମି ଥିବା ସୂଚନା ମିଳିଛି ।

Spread the love