ଭୂମିକମ୍ପରେ ଥରିଲା ପାକିସ୍ତାନ, ୧୫ ମୃତ

ଲାହୋର, ୦୭|୧୦: ପାକିସ୍ତାନରେ ଗୁରୁବାର ତୀବ୍ର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଏଥିରେ ଅତି କମରେ ପ୍ରାୟ ୧୫ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତ୍ୟୁସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି । ଏହାସହ ଶତାଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି ।

ସୂଚନାନୁସାରେ, ଗୁରୁବାର ସକାଳ ପ୍ରାୟ ସାଢେ ୩ଟାରେ ଭୂକମ୍ପର ଝଟକା ଲାଗିଥିଲା ।  ପାକିସ୍ତାନର ହରନେଇ ଅଞ୍ଚଳ ଭୂମିକମ୍ପ ଝଟକାରେ ଥରିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ହେଉଛି ୬.୦ । ଏଥିରେ ଅନେକ ମାତ୍ରାରେ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି ।

ଭୂମିକମ୍ପ ପରେ ଲୋକମାନେ ଭୟରେ ଘରୁ ବାହାରି ଯାଇଥିଲେ । ତେବେ ସମସ୍ତ ଶୋଇଥିବା ବେଳେ ଭୂମିକମ୍ପ ବୋଇଥିବା କାରଣରୁ ମୃତକଙ୍କ ସଂଖ୍ୟା ବଢିଛି । ଅନେକ ବଡବଡ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ଭୂମିକମ୍ପ ପରେ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି । ଲୋକମାନେ ରାସ୍ତାରେ ଭୟରେ ବସି ରହିଥିବା ଚିତ୍ର ସାମ୍ନାକୁ ଆସିଛି । ତେବେ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।  

Spread the love