ଗୋତେଙ୍ଗ ପାଲଟିଛି ଓମିକ୍ରନ୍ ଭୂତାଣୁର ସୁପରସ୍ପେଡର, ରାଜ୍ୟରେ ଗାଇଡ୍‌ଲାଇନ୍‌ ଜାରି, ଭୁବନେଶ୍ଵରକୁ ମନା ଅନ୍ତର୍ଜାତୀୟ ବିମାନ

ଭୁବନେଶ୍ଵର ୨୯।୧୧: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ପୂରା ବିଶ୍ବ ଭୟଭୀତ । ଏହି ଭାରିଏଣ୍ଟ ପୂର୍ବପେକ୍ଷା ଅଧିକ ସଂକ୍ରାମକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚେତାବନୀ ଦେବା ପରେ ସମସ୍ତଙ୍କ ମନରେ ପଶିଛି ଛନକା । ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ହୋଇଥିବା ଏହି ନୂଆ ଭୁତାଣୁ ଏବେ ବିଶ୍ବର ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି । ଚାଇନାର ଉହାଙ୍ଗ ଭଳି ଏବେ ଦକ୍ଷିଣ ଆଫ୍ରିକାର ଗୋତେଙ୍ଗ ପାଲଟିଛି ଓମିକ୍ରନ୍ ଭୂତାଣୁର ସୁପରସ୍ପେଡର । ଏହି ସ୍ଥାନର ପ୍ରାୟ ୯୦ ପ୍ରତିଶତ କରୋନା ରୋଗୀ ଏହି ନୂଆ ଭାରିଏଣ୍ଟ ଦ୍ବାରା ସଂକ୍ରମିତ ବୋଲି ଜଣାପଡ଼ିଛି । ସେପଟେ ଆମ ରାଜ୍ୟରେ ଓମିକ୍ରନକୁ ନେଇ ଜାରି ହୋଇଛି ସତର୍କତାମୂଳକ ଗାଇଡଲାଇନ୍ ।

ଓମିକ୍ରନକୁ ନେଇ ଭୟଭୀତ ସାରା ବିଶ୍ବ । ପୂର୍ବାପେକ୍ଷା ଅଧିକ ସଂକ୍ରାମକ କରୋନାର ଏହି ନୂଆ ଭାରିଏଣ୍ଟ । ସାମ୍ନାକୁ ଆସିଛି ଦୁନିଆକୁ ଡରାଉଥିବା ନୂଆ `ଉହାନ୍’ । ଯେଉଁଠି ୯୦ ପ୍ରତିଶତ କରୋନା ରୋଗୀ ଏହି ନୂଆ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ପ୍ରାୟ ୨ବର୍ଷ ହେଲା କରୋନା ମହାମାରୀ ପ୍ରଭାବରେ ଦହଗଞ୍ଜ ହେଉଛନ୍ତି ବିଶ୍ବବାସୀ । ଲକଡାଉନ୍, ଆଇସୋଲେସନ ଆଉ ସଂକ୍ରମଣ ଭିତରେ ଲୋକଙ୍କ ପ୍ରତିଟି ସମୟ ବିତୁଥିବା ବେଳେ ଏବେ ନୂଆ ଭାରିଆଣ୍ଟ ସମସ୍ତଙ୍କ ଚିନ୍ତା ବଢ଼ାଇଛି ।

ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ହୋଇଥିବା ଏହି ନୂଆ ଭୁତାଣୁ ଏବେ ବିଶ୍ବର ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି । ଚାଇନାର ଉହାଙ୍ଗ ଭଳି ଏବେ ଦକ୍ଷିଣ ଆଫ୍ରିକାର ଗୋତେଙ୍ଗ ପାଲଟିଛି ଓମିକ୍ରନ୍ ଭୂତାଣୁର ସୁପରସ୍ପେଡର । ଦକ୍ଷିଣ ଆଫ୍ରିକାର ନବମ ପ୍ରୋଭିନ୍ସ ଭାବେ ଜଣାଶୁଣା ଗୌତେଙ୍ଗ୍ ହେଉଛି ସେହି ସ୍ଥାନ ଯେଉଁଠି ୯୦ ପ୍ରତିଶତ କରୋନା ରୋଗୀ ଏହି ନୂଆ ଭାଇରସ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସଂକ୍ରମଣ ଏତେ ଦ୍ରୁତ ଗତିରେ ବ୍ୟାପିଛି ଯେ, ସେଠାରେ ଲକଡାଉନ୍ କରିବା ଭଳି ସ୍ଥିତି ଉପୁଜିଲାଣି । ଏହାର ଜନସଂଖ୍ୟା ପ୍ରାୟ ୧କୋଟି ୨୫ଲକ୍ଷ ହୋଇଥିବା ବେଳେ , ବିଶ୍ବର ଏକ ଜନବହୁଳ ଅଂଚଳର ଭାବେ ଏହା ବେଶ୍ ପରିଚିତ । ଏହାକୁ ଳ୍ୟାଣ୍ଡ ଅଫ୍ ଗୋଲଡ୍ ଭାବେ ମଧ୍ୟ ଅନେକ ଜାଣନ୍ତି ।

ଗୌତେଙ୍ଗ୍‌ର ସୀମା ସୁନାଖଣିକୁ ଲାଗିଥିବା ବେଳେ ବିଶ୍ବର ଅନେକ ଧନୀ ଲୋକ ବ୍ୟବସାୟ ପାଇଁ ଏଠାକୁ ଆସନ୍ତି । ସାଉଥଆଫ୍ରିକାରୁ ଓମକ୍ରନ୍ କେସ୍ ପ୍ରଥମ ଥର ପାଇଁ ଡିଟେକ୍ଟ ହୋଇଥିବା ବେଳେ ଏବେ ଏହା ୧୩ଟି ଦେଶକୁ ବ୍ୟାପିଲାଣି । ଅଷ୍ଟ୍ରେଲିଆ, ବେଲଜିୟମ, ବ୍ରିଟେନ, ଡେନମାର୍କ, ଜର୍ମାନୀ, ହଙ୍ଗକଙ୍ଗ, ଇସ୍ରାଏଲ, ଇଟାଲୀ, ନେଦରଲ୍ୟାଣ୍ଡ, ଫ୍ରାନ୍ସ, କାନାଡ଼ା ଭଳି ଦେଶରେ କରୋନାର ଏହି ନୂ୍ଆ ଭାରିଏଣ୍ଟ ଡିଟେକ୍ଟ ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାତ୍ର ୨ଦିନ ମଧ୍ୟରେ ଓମିକ୍ରନକୁ ଭ୍ୟାରିଆଣ୍ଟ ଅଫ୍ କନସର୍ଣ୍ଣ ଘୋଷଣା କରିଛି । କୁହାଯାଉଛି କରୋନାର ଡେଲଟା ଭାରିଏଣ୍ଟ ଠାରୁ ୬ଗୁଣ ଅଧିକ ମାରାତ୍ମକ ହେଉଛି ଓମିକ୍ରମ ଭାରିଏଣ୍ଟ

ଓ ମିକ୍ରନକୁ ନେଇ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତାରେ ଅଛନ୍ତି । ତେଣୁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଲର୍ଟ  ରହିବାକୁ ଆଡଭାଇଜରୀ ଜାରି କରିଛନ୍ତି । ସେହିଭଳି ଓଡ଼ିଶା ସରକାର ମଧ୍ୟ ନୂଆ ଭାରିଏଣ୍ଟକୁ ନେଇ ଆଡଭାଇଜରୀ ଜାରି କରିଛନ୍ତି । ଏହି ଭାରିଏଣ୍ଟକୁ ହୁଏତ କରୋନାର ତୃତୀୟ ଲହର କୁହାଯାଇପାରେ । ତେଣୁ ସମ୍ଭାବ୍ୟ ତୃତୀୟ ଲହର ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ । ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ CDMOମାନଙ୍କୁ ସଜାଗ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଭିସି ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟ ଶାସନ ସଚିବ ।

ସେପଟେ ବିମାନ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷଙ୍କ ସହ ଭିଡିଓ କନଫରେନ୍ସରେ କଥା ହୋଇଛନ୍ତି ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ । ଏବେ ମାସେ ଭିତରେ ଭୁବନେଶ୍ୱରକୁ କୌଣସି ଆନ୍ତର୍ଜାତିକ ବିମାନ ଆସିବାର ନାହିଁ। ଦକ୍ଷିଣ ଆଫ୍ରିକା, ବ୍ରିଟେନ୍ ଭଳି ଭାଇରସ ଚିହ୍ନଟ ଦେଶରୁ ନନ ସେଡୁଲ୍ ବିମାନକୁ ଅନୁମତି ନାହିଁ । ଯଦି ୧୫ ତାରିଖରେ ଆନ୍ତର୍ଜାତିକ ଫ୍ଲାଇଟ୍ ରୁଟ୍ ଖୋଲେ ତାହେଲେ ମଧ୍ୟ ଭୁବନେଶ୍ୱରକୁ ଅନୁମତି ଦିଆଯିବ ନାହିଁ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିମାନ ବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି। ଦିଲ୍ଲୀରେ ବିଦେଶ ଫେରନ୍ତାଙ୍କ ସ୍କ୍ରିନିଂ କରାଯାଉଛି ବୋଲି ସେ କହିଛନ୍ତି ।

ସେହିପରି ନୂଆ ଭାରିଏଣ୍ଟକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସଜାଗ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନୂଆ ଗାଇଡଲାଇନ୍ ଜାରି କରିଛି। ଯେଉଁଥିଲେ ଉଲ୍ଲେଖ ହୋଇଛି ଯେ ବିଦେଶରୁ ଆସିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ। ନୂଆ ଭୂତାଣୁ ବିମାନ ବନ୍ଦରରେ ଆସିବା ଆଶଙ୍କା ରହିଛି। ତେଣୁ ଏୟାରପୋର୍ଟ ଦେଇ କୌଣସି ବ୍ୟକ୍ତି ବିଦେଶରୁ ଆସିଲେ ସେମାନଙ୍କ ପାଇଁ କ୍ବାରେଣ୍ଟିନ୍, ଟେଷ୍ଟିଂ ଓ ଜିନମ୍ ସିକ୍ୱେନ୍ସ ବାଧ୍ୟତାମୂଳକ ରହିବ। ତେବେ ସମସ୍ତେ କରୋନା କବଚ ନେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସ୍ୱାସ୍ଥ୍ୟା ନିର୍ଦ୍ଦେଶକ କହିଛନ୍ତି ଯେ କମ୍ୟୁନିଟି ସର୍ଭିଲାନ୍ସ ଜୋରଦାର କରାଯିବ। ଲୋକଙ୍କୁ ସଚେତନ ହେବାକୁ ପଡିବ ବୋଲି ସେ କହିଛନ୍ତି।

Spread the love