୩ କାମାନ୍ଧ ଜଣେ ବିବାହିତ ମହିଳାଙ୍କୁ କଲେ ଦୁଷ୍କର୍ମ

ଉଦଳା, ୩୦/୦୭ :   କାମାନ୍ଧ ହୋଇ 3ବ୍ୟକ୍ତି କରିଲେ ପାଶବିକ ଅତ୍ୟାଚାର । ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିବା ସହିତ ଭିଡିଓ ଭାଇରାଲ କରିଦେଲେ । ଆଉ ଏବେ ପୋଲିସ୍ ସେହି ବ୍ୟକ୍ତିମାନଙ୍କୁ ଗିରଫ କରିଛି । ଏଭଳି ଘଟଣା ଏବେ ମୟୂରଭଞ୍ଜ ଜିଲ୍ଲା ଖୁଂଟା ଅଞ୍ଚଳରେ ଚର୍ଚ୍ଚର ବିଷୟ ପାଲଟିଛି ।

ସୂଚନାନୁସାରେ, ଖୁଂଟା ଥାନା ଡୁକୁରା ଅଂଚଳର ଜଣେ ବିବାହିତା ମହିଳାଙ୍କୁ ସେହି ଗ୍ରାମର ତିନି ଜଣ ବ୍ୟକ୍ତି ଏକ ମନ୍ଦିର ପରିସରରେ ଥିବା ଭଙ୍ଗା ଘର ଭିତରେ ଦୁଷ୍କର୍ମ କରିଥିଲେ । ଏହାପରେ ମହିଳାଙ୍କ ଭିଡିଓ ଭାଇରାଲ କରିଥିଲେ । ଏହି ଭାଇରାଲ ଭିଡିଓ ଖୁଂଟା ପୋଲିସ୍‌ ହାତରେ ଲାଗିବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ଛାନଭିନ୍‌ କରିଥିଲା । ଏବଂ ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ତିନି ଜଣ ହେଲେ ଡୁକୁରା ଅଂଚଳର ଦିଲ୍ଲୀପ ଚକ୍ର, ବୈରାଗୀ ମହାନ୍ତି ଏବଂ ବିଜୟ କୁମାର ସାହୁ ।

ଏହି ତିନି ଜଣ ବ୍ୟକ୍ତି ମହିଳାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଭିଡିଓ ସୁଟିଙ୍ଗ କରିଥିଲେ । ତେବେ ସେହି ଚତୁର୍ଥ ବ୍ୟକ୍ତି ଯିଏ କି ଭିଡିଓ ସୁଟିଙ୍ଗ କରିଥିଲେ ତାଙ୍କୁ ଖୋଜୁଛି ପୋଲିସ । ଏଭଳି ହୀନ ମାନସିକତାର କାମାନ୍ଧ ବ୍ୟକ୍ତିମାନେ ଜଣେ ବିବାହିତା ମହିଳାଙ୍କ ପ୍ରତି ଏପରି ପାଶବିକ ଅତ୍ୟାଚାର କରିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚର ବିଷୟ ପାଲଟିଛି ।

Spread the love