ବିଦେଇପୁର ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦଘାଟିତ

 ଭଦ୍ରକ:ଭଦ୍ରକ ଜିଲ୍ଲାରେ ସରକାରୀ ସ୍ତରରେ ଆରମ୍ଭ ହୋଇଛି ଖରିପ ଧାନ ସଂଗ୍ରହ ।ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତି ମାଧ୍ୟମରେ ଖରିପ ଧାନ ସଂଗ୍ରହ ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି ।ଚଳିତ ମାସ ୨୭ତାରିଖ ଠାରୁ ପଞ୍ଜିକୃତ ଚାଷୀଙ୍କ ଫୋନ ନମ୍ୱରକୁ ଟୋକନ ନମ୍ବର , ଧାନର ପରିମାଣ ଏବଂ ବିକ୍ରୟ ତାରିଖ ଆସିବା ସହ ୨୮ତାରିଖରୁ ମଣ୍ତି ଖୋଲିବା ଆରମ୍ଭ ହୋଇଛି।ଶୁକ୍ରବାର ବିଦେଇପୁର ସେବା ସମବାୟ ସମିତି ପକ୍ଷରୁ ଧାନ କ୍ରୟ ପାଇଁ ପୂଜାର୍ଚ୍ଚନା କରାଯାଇଛି।ସମ୍ପାଦକ ରତିକାନ୍ତ ରାଉତଙ୍କ ନେତୃତ୍ୱରେ ସଭାପତି ନିରଞ୍ଜନ ଦାସ,ଶାଖା ପରିଚାଳକ ମହେନ୍ଦ୍ର ପ୍ରସାଦ ନାୟକ ଉପସ୍ଥିତ ହୋଇ ଧାନ ମଣ୍ତିର ଶୁଭ ଉଦଘାଟନ କରିଥିଲେ। ସମସ୍ତ ପଞ୍ଜିକୃତ ଚାଷୀ ସରକାରୀ ନିୟମ ଅନୁସାରେ ସୁଚାରୁରୂପେ କେମିତି ଧାନ ବିକ୍ରୟ କରିପାରିବେ ସେଥିପ୍ରତି ଯତ୍ନବାନ ହେବୁ ବୋଲି ସମ୍ପାଦକ ରତିକାନ୍ତ ରାଉତ ପ୍ରକାଶ କରିବା ସହ ପ୍ରଶାସନର ସହଯୋଗ ଆଶା କରିଥିଲେ।ଏହି କାର୍ଯ୍ୟକ୍ରମରେ ଦାଶରଥି ଜେନା,ଅମୂଲ୍ୟ ମାଇତି,ରୋହିତ ନାୟକ,ନିଶାକର ପାତ୍ର,ନରେନ୍ଦ୍ର ନାୟକ,ନଟକିଶୋର ନାୟକ,ଅକ୍ଷୟ ମହାନ୍ତି,ହରିହର ପଣ୍ତା,ନିରାକର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love