ବିଧାନସଭାରେ କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗ

ଭୁବନେଶ୍ବର: ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନା ଲାଗୁଦିଗରେ ନମ୍ୱର୍ ୱାନ। କାଶୀପୁରର ଦେଢ଼ ଲକ୍ଷ ଜନସଂଖ୍ୟାରୁ ଏକ ଲକ୍ଷ ଛତିଶ ହଜାର ଲୋକ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଅଛନ୍ତି।ପ୍ରଧାନମନ୍ତ୍ରୀ ଗରିବକଲ୍ୟାଣ ଯୋଜନାରେ ଏକ ଲକ୍ଷ ସତର ହଜାର ୫୬୮ଲୋକେ ସାମିଲ ହୋଇଛନ୍ତି। ତଥାବି ଲୋକେ ଆଦିବାସୀ ଓ ଧୋଡ଼ିଆ ସମ୍ପ୍ରଦାୟର ଲୋକେ ଚାଉଳ, ଆମ୍ବ ଟାକୁଆ ଓ ମଦ ଭଳି ଅଖାଦ୍ୟ ଖାଇ ମରୁଛନ୍ତି। ଅନେକ ଲୋକେ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଆସୁଛନ୍ତି। ଗତ ତିନିଦିନରେ ଅଖାଦ୍ୟ ଖାଇ ୬ଜଣଙ୍କ ମୃତ୍ୟୁ ଘଟିଛି। ଗୋଟେପଟେ ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଯୋଗାଇ ଦେଉଥିବା କହୁଥିବା ବେଳେ ଅନ୍ୟପଟେ ହିତାଧିକାରୀ ମାନେ ରାସନ୍ ସମଗ୍ରୀରୁ ବଞ୍ଚିତ ହୋଇ ଖାଦ୍ୟ ଅଭାବରୁ ମରୁଛନ୍ତି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। କିଭଳି ଓ କେଉଁ ପରିସ୍ଥିତିରେ ଲୋକଙ୍କ ମୃତ୍ୟୁ ଘଟିଛି, ସେ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ବିବୃତ୍ତି ରଖନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ଓ ବିଧାୟକ ତାରାପ୍ରସାଦ ବାହିନୀପତି।ସେହିଭଳି ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି କହିଛନ୍ତି, ଯୁଦ୍ଧକାଳୀନ ଭିତିରେ ଏ ସମସ୍ୟାର ଆଶୁ ସମାଧାନ କରାଯାଉ। ବର୍ତ୍ତମାନ ଡାଇରିଆ ସ୍ଥିତି ଅଛି। ଏହା ମହାମାରୀ ମୁହାଁ ଗତି କରୁଥିବା ଆଶଙ୍କା କରାଯାଉଅଛି। ଏକ ସ୍ବତନ୍ତ୍ର ମେଡିକାଲ ଟିମ୍ ଗଠନ କରାଯାଇ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଦାବି କରିଛନ୍ତି ବିଧାୟକ।

Spread the love