ଆରମ୍ଭ ହେଲା ବିଧାନସଭାର ବଜେଟ୍ ଅଧିବେଶନ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ

ଭୁବନେଶ୍ୱର,୧୮/୨: ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ। ଅଧିବେଶନ ଆରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅଭିଭାଷଣ ରଖୁଛନ୍ତି। ଦିବଙ୍ଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଜ୍ୟପାଳ। ସହିଦ ଯବାନ ଓ କରୋନା ଯୋଦ୍ଧାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ରାଜ୍ୟପାଳ କହିଛନ୍ତି, ରାଜ୍ୟରେ କୋଭିଡ ମୁକାବିଲାକୁ ଦେଶ ବିଦେଶରେ ପ୍ରଶଂସା କରାଯାଇଛି। ଓଡିଶା କୋଭିଡ୍ ମୁକାବିଲାରେ ଅନ୍ୟମାନଙ୍କ ପାଇଁ ମଡେଲ୍। ଜନସ୍ବାସ୍ଥ୍ୟ ଉପରେ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ସରକାର। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବଡ ସଫଳତା ପାଇଛି ଓଡିଶା।

କରୋନାବେଳେ ମାଗଣାରେ ଦିଆଯାଇଛି ରାସନ ସାମଗ୍ରୀ। ଗରିବ ଓ ପ୍ରବାସୀଙ୍କୁ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି। ଶିଶୁ ଓ ଗର୍ଭବତୀଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇଛି । ଶିଳ୍ପ କ୍ଷେତ୍ରରେ ଅନେକ ସଫଳତା ପାଇଛି ରାଜ୍ୟ। ସମାଜର ସବୁ ବର୍ଗ ପାଇଁ କାମ କରୁଛନ୍ତି ରାଜ୍ୟ ସରକାର। କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ।

Spread the love