ସାମ୍ବାଦିକଙ୍କ ଉପରୁ ରୁଲିଂ ପ୍ରତ୍ୟାହାର ଦାବିରେ ହଟ୍ଟଗୋଳ, 3ଟା ଯାଏ ଗୃହ ମୁଲତବୀ

ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ । ସାମ୍ବାଦିକଙ୍କ ଉପରୁ ରୁଲିଂ ପ୍ରତ୍ୟାହାର ଦାବିରେ ପ୍ରବଳ ହଙ୍ଗାମା ଯୋଗୁଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଦିନ ଅପରାହ୍ଣ ୩ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ।   ପ୍ରଥମେ ଦିନ ସଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ପୁଣି ୪ ମିନିଟ୍ ଚାଲିବା ପରେ ହଟ୍ଟଗୋଳ ହୋଇଥିଲା। ସାମ୍ବାଦିକଙ୍କୁ ଗତକାଲିର ଗ୍ୟାଲେରିରେ ଅଫିସର ଉପସ୍ଥିତ ନଥିବା ପ୍ରସଙ୍ଗ ନଛାପିବା ପାଇଁ ବାଚସ୍ପତି ଯେଉଁ ରୁଲିଂ ଦେଇଥିଲେ  ସେନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।  ଏହି ରୁଲିଂ ପ୍ରତ୍ୟାହାର କରିବାକୁ ଦାବୀ କରିଥିଲେ ଉଭୟ ବିରୋଧୀ ଦଳ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଅନ୍ୟ ନେତା ଏବଂ ବିଜେପି ଦଳ ମଧ୍ୟ ଏହି ରୁଲିଂ ପ୍ରତ୍ୟାହାର କରିବାକୁ ବାଚିସ୍ପତିଙ୍କୁ ଦାବୀ କରିଥିଲେ । ଏହାପରେ ଗୃହରେ ଉଭୟ ବିରୋଧୀ ଦଳ ପ୍ରବଳ ହଙ୍ଗାମା କରିଥିଲେ । ଏହା ସହ ଗୃହର ମଧ୍ୟ ଭାଗକୁ ଆସି ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି କରିଥିଲେ । 

ସୂଚନା ଯୋଗ୍ୟ, ଆଜି ଗୃହରେ ଗୋଳନ୍ଥରା ବସ୍ ଟ୍ରାଜେଡି ନେଇ ବିଜେପି ମୁଲତବୀ ପ୍ରସ୍ତାବ ଆଣିଥିବା ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ରଖିବା କାର୍ଯ୍ୟ ଥିଲା । ବାଚସ୍ପତି ଉଭୟ ଦଳଙ୍କୁ ନିଜ ନିଜ ସିଟରେ ବସିବା ପାଇଁ କହିଥିଲେ ମଧ୍ୟ କେହି ଶୁଣି ନଥିଲେ । ଫଳରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରି ନଥିଲା । ତେଣୁ ଗୃହରେ ଶାନ୍ତି ପାଇଁ ବାଚସ୍ପତି ସୂର୍ଯ୍ୟ ପାତ୍ର ଦିନ ୩ଟା ଯଏଁ ଯାଏଁ ବିଧାନସଭା ମୁଲତବୀ ଘୋଷଣା କରିଛନ୍ତି ।  

Spread the love