ପୁଣି ସୋସିଆଲ ମିଡିଆରେ ଗର୍ଜିଲେ ବିଦ୍ୟାଶ୍ରୀ, କାହା ବିରୋଧରେ କହିଲେ ଜାଣନ୍ତୁ

କିଛି ଦିନ ନିରବ ରହିବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବିଦ୍ୟାଶ୍ରୀ। ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଥିବା ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀ ଆଜି ସୋସିଆଲ ମିଡିଆରେ ଏକ ଭିଡିଓ ଛାଡ଼ି ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ରେଳବାଇ ପୋଲିସ୍‌ ବିରୋଧରେ ଅକ୍ଷେପ କରିଛନ୍ତି । ଜିଆରପି ଠିକ୍‌ ଭାବେ ତଦନ୍ତ କରୁନଥିବାରୁ ତାଙ୍କ ଉପରକୁ ଲୋକେ ଆଙ୍ଗୁଠି ଉଠାଉଛନ୍ତି ବୋଲି ସେ ସିଧାସଳଖ ଅଭିଯୋଗ କରିଛନ୍ତି ।ଏମିତି କି ସେ ନିଜ ଶାଶୁଘର ଲୋକ ଏବଂ ଆଦିତ୍ୟଙ୍କ ସହଯୋଗୀ ବିକାଶଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି । ତେବେ ସବୁଠାରୁ ବେଶି ରାଗିଛନ୍ତି ଜିଆରପି ଉପରେ । ଏମାନେ ସମସ୍ତେ ମିଶି ତାଙ୍କୁ ସ୍ୱାମୀ ହତ୍ୟାର ଦୋଷୀ ସଜାଇ ଦେଇଥିବା ଅଭିଯୋଗ କରିଛନ୍ତି । ପ୍ରାୟ ୩୫ ମିନିଟ୍‌ର ଏହି ଭିଡିଓରେ ଅନେକ କଥା କହିଛନ୍ତି ବିଦ୍ୟାଶ୍ରୀ ।

ପ୍ରକାଶ ଥାଉ କି, ଏଯାଏ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟରୁ ପରଦା ଉଠି ପାରିନାହିଁ । ତାକୁ ନେଇ କୋର୍ଟରେ ମାମଲା ମଧ୍ୟ ଚାଲିଛି । ଗତ ବର୍ଷ ଜୁଲାଇ ୭ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ୍‌ ରେଳ ଲାଇନ୍‌ରୁ ଆଦିତ୍ୟଙ୍କ ମୃତଦେହ ମିଳିବା ପରେ ତାହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ଚାଲିଛି ବିବାଦ । ବିଦ୍ୟାଶ୍ରୀଙ୍କୁ ବାହା ହେବାର ଗୋଟିଏ ମାସ ପୂରି ନଥିବା ବେଳେ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିଲା ।

Spread the love