ଫେସ୍‌ବୁକ୍‌ରୁ ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି ଏହି ଫିଚର; ଜାଣନ୍ତୁ ଏବେ ଫ୍ରେଣ୍ଡମାନଙ୍କ ସହ କରି ପାରିବେନି କେଉଁ କାମ

ନୂଆଦିଲ୍ଲୀ ୦୬/୦୫ : ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ ଏବେ କିଛି ଫିଚର୍ସକୁ ବନ୍ଦ କରିବାକୁ ଯାଉଛି।  ପ୍ରକୃତରେ ଫେସବୁକ ଏବେ ତାର ନିୟର ବାୟ ଲୋକେସନ (Near by location) ଫିର୍ସକୁ ବନ୍ଦ କରିବାକୁ ଯାଉଛି। ଏଥିରେ ଲୋକମାନେ ଅନ୍ୟ ଫେସବୁକ ୟୁଜର୍ସମାନଙ୍କ ସହିତ ନିଜର ଲୋକେସନ ସେୟାର କରନ୍ତି। କିନ୍ତୁ ଆସନ୍ତା ମେ ୩୧ ରୁ ଏହା ବନ୍ଦ ହେବାରୁ ଯାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଜର୍ସମାନଙ୍କ ଅନୁସାରେ କମ୍ପାନୀ ଏବେ ସେମାନଙ୍କୁ ଏହି ଫିଚର୍ସକୁ ସହିତ ଅନ୍ୟ ଲୋକେସନ ଭିତ୍ତିକ ଫିଚରକୁ ବନ୍ଦ କରିବା ନେଇ ସୂଚନା ଦେବା ଆରମ୍ଭ କରିଛି। ନିଏର ବାଏ ଫ୍ରେଣ୍ଡ ଲୋକେସନ ୟୁଜର୍ସଙ୍କୁ ନିଜ ଫେସବୁକ ଫ୍ରେଣ୍ଡଙ୍କ ରିୟଲ ଲୋକେସନ ଟ୍ରାକ୍‌ କରିବା ପାଇଁ ଅନୁମତି ଦେଇଥାଏ। ଏହି ଫିଚର ଏନେବୁଲ ହେଲେ ୟୁଜରଙ୍କୁ ତାଙ୍କ କରେଣ୍ଟ ଲୋକେସନ୍‌ରେ ଯଦି ତାଙ୍କ ଫେସବୁକ ଫ୍ରେଣ୍ଡ ଥାଆନ୍ତି ତାହେଲେ ତାଙ୍କୁ ଏହା ସୂଚିତ କରିଥାଏ।

ଟ୍ୱିଟରରେ ଅନେକ ୟୁଜର୍ସମାନେ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି ଫେସବୁକ ତାର ଆପ୍‌ରେ ନିୟର ବାଏ ଲୋକେସନ ଫିଚର୍ସକୁ ବନ୍ଦ କରିବ ବୋଲି ଘୋଷଣା କରିଛି। ୟୁଜର୍ସମାନଙ୍କୁ ପଠାଯାଇଥିବା ଏକ ନୋଟିଫିକେସନରେ କମ୍ପାନୀ କହିଛି ଏହି ଫିଚର ଯାହାକି ୟୁଜରମାନଙ୍କୁ ତାଙ୍କ ଫେସବୁକ ଫ୍ରେଣ୍ଡ ତାଙ୍କ ଲୋକେସନ ଆଖାପାଖରେ ଥିଲେ ବା ଯାଉଥିଲେ ସୂଚନା ଦେଉଥିଲା ଏବେ୨୦୨୨ ମେ ୩୧ ପାଖରୁ ଉପଲବ୍ଧ ହେବ ନାହିଁ।

ପାଣିପାଗ ସମ୍ପର୍କିତ ସୂଚନା (ୱେଦର ଏଲର୍ଟ), ଲୋକେସନ ହିଷ୍ଟ୍ରି ଓ ବ୍ୟାକ ଗ୍ରାଉଣ୍ଡ ଲୋକେସନ ସହିତ ଅନ୍ୟ ଲୋକେସନ ଭିତ୍ତିକ କାର୍ଯ୍ୟଗୁଡିକ ମଧ୍ୟ ଫେସବୁକରେ ଆଉ ଦେଖିବାକୁ ମିଳିବ ନାହିଁ। କମ୍ପାନୀ ୟୁଜର୍ସମାନଙ୍କୁ ଲୋକେସନ ହିଷ୍ଟ୍ରି ସହିତ ଅନ୍ୟ ଡାଟାକୁ ଡାଉନଲୋଡ କରିବା ପାଇଁ ଅଗଷ୍ଟ ୦୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି । କିନ୍ତୁ ଫେସବୁକ ସ୍ପଷ୍ଟ କରିଛି ସେ ଅନ୍ୟ କାର୍ଯ୍ୟଗୁଡ଼ିକ ପାଇଁ ୟୁଜର୍ସମାନଙ୍କୁ ଲୋକେସନର ସୂଚନା ଦେବା ଜାରି ରଖିବ।    

Spread the love