ଜେଲ୍ ଯାଇ ସାରିଥିବା ଏହି ନେତା Bigg-Boss-15ରେ କରିବେ ଏଣ୍ଟ୍ରୀ , ‘ୱିକେଣ୍ଡ୍ କା ୱାର’ ଏପିସୋଡରେ ଏହି ଅଭିନେତ୍ରୀଙ୍କୁ ଦେବେ ଟକ୍କର

ନୂଆଦିଲ୍ଳୀ ୨୧।୧୧ : କଲର୍ସ ଟିଭିର ବହୁ ଚର୍ଚ୍ଚିତ ରିଆଲିଟି ଶୋ’ ବିଗ୍‌ ବସ-୧୫ରେ ଏଣ୍ଟ୍ରି କରିବେ ମରାଠୀ ନେତା ଅଭିଜିତ ବିଚୁକଲେ । ଜେଲ୍‌ରେ ସଜା କାଟି ଫେରିଥିବା ଏହି ନେତା ଏବେ ଭାଇଜାନ ସଲମାନ ଖାନ୍‌ଙ୍କ ଶୋ’ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।

ନିଜ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଥିବା ଅଭିଜିତ୍ ‘ୱିକେଣ୍ଡ୍ କା ୱାର’ ଏପିସୋଡରେ ରଶ୍ମୀ ଦେଶାଇ ଏବଂ ଦେବୋଲିନା ଭଟ୍ଟାଚାର୍ଯ୍ୟ ସହ ଶୋ’ରେ ପ୍ରବେଶ କରିବେ। ସଲମାନ ଖାନଙ୍କ ଶୋ’ରେ ଅଭିନୟ କରିବା ପୂର୍ବରୁ ଅଭିଜିତ ବିଗ୍ ବସ୍ ମରାଠୀ -୨ ର ରହି ଆସିଛନ୍ତି। ଅଭିଜିତ ପୌର ନିର୍ବାଚନ ଠାରୁ ଆରମ୍ଭ କରି ସଂସଦ ସବୁ ନିର୍ବାଚନ ଲଢ଼ିସାରିଛନ୍ତି, କିନ୍ତୁ ବର୍ତ୍ତମାନ ଯାଏଁ ତାଙ୍କୁ କୌଣସି ଲଢେଇରେ ବି ବିଜୟ ହୋଇନାହିଁ। ବିଗ୍‌ ବସ୍‌ ମରାଠିରେ ଖରାପ ଭାଷା ପ୍ରୟୋଗ ଏବଂ ଜବରଦସ୍ତ ହଙ୍ଗମାକୁ ନେଇ ସେ ଚର୍ଚ୍ଚାରେ ଥିଲେ।
ଏଥିପାଇଁ ବିଗ୍‌ ବସ୍‌ ମରାଠୀ-୨ରେ ପ୍ରତିଯୋଗୀ ଥିବା ବେଳେ ଅଭିଜିତଙ୍କୁ ପୋଲିସ୍‌ ଗିରଫ କରିଥିଲା। ଚେକ୍‌ ବାଉଂସ୍‌ ମାମଲାରେ ଅଭିଜିତଙ୍କୁ ପୋଲିସ୍‌ ସୁଟିଂ ସେଟ୍‌ରୁ ଗିରଫ କରି ଜେଲ୍‌ ପଠାଇଥିଲା। ଅଭିଜିତଙ୍କ ବିରୋଧରେ ସତରା କୋର୍ଟ ଦ୍ବାରା ଗିରଫ ୱାରେଣ୍ଟ ଜାରି କରାଯାଇଥିଲା। ପୋଲିସ୍‌ ଅଭିଜିତଙ୍କୁ ସେଟ୍‌ରୁ ହିଁ ଉଠାଇ ନେଇଯିବା ପରେ ତାଙ୍କ ପରିବାର ସଦସ୍ୟ ହଠାତ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୨୦୧୫ର ଏକ ମାମଲାରେ ପୋଲିସ ଅଭିଜିତଙ୍କୁ ଗିରଫ ପୂର୍ବରୁ ଅନେକ ଥର ସମନ ଜାରି କରିଥିଲା। କିନ୍ତୁ ବାରମ୍ବାର ସମନ ସର୍ତ୍ବେ ସେ ହାଜର ହେଉନଥିଲେ। ଏହାପରେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଥିଲା।

Spread the love