ବିରୋଧୀ ଦଳକୁ ଏକାଠି କରିବା ଅଭିଯାନରେ କେଜ୍ରିୱାଲଙ୍କୁ ଭେଟିଲେ ବିହାର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ନୀତୀଶ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିଥିଲେ। ନୀତୀଶ କୁମାରଙ୍କୁ ଭେଟିବା ପରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, “ବର୍ତ୍ତମାନ ଦେଶ ଏକ କଠିନ ସମୟ ଦେଇ ଗତି କରୁଛି। ଦେଶର ସମସ୍ତ ବିରୋଧୀ ଦଳ ଏକାଠି ହୋଇ ସରକାର ପରିବର୍ତ୍ତନ କରିବା ଆବଶ୍ୟକ। ନୀତୀଶ କୁମାରଙ୍କ ଯେଉଁ ପଦକ୍ଷେପ ନେଇଛନ୍ତି ଆମେ ତାଙ୍କୁ ସମର୍ଥନ କରୁଛୁ। ସ୍ୱାଧୀନତା ପରେ ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ସରକାର ବର୍ତ୍ତମାନ ଅଛି’ |

କେଜ୍ରିୱାଲ କହିଛନ୍ତି ଯେ ଏବେ ବି ଅନେକ ପ୍ରଶ୍ନ ବାକି ଅଛି କିନ୍ତୁ ଧୀରେ ଧୀରେ ସମସ୍ତଙ୍କର ଉତ୍ତର ଦିଆଯିବ। ନୀତୀଶ କୁମାର କହିଛନ୍ତି ଯେ ଆମେ ବିରୋଧୀ ଦଳଗୁଡ଼ିକୁ ଯଥାସମ୍ଭବ ଏକଜୁଟ କରିବୁ। ଆମେ ଦିନରେ ଆପଣଙ୍କୁ କହିଥିଲୁ ଏବଂ ଆପଣ ମଧ୍ୟ ଦେଖିଥିବେ | ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ସାକ୍ଷାତ କରିଛୁ । ବିରୋଧୀଙ୍କ ଏକତା ପାଇଁ ଆମେ ସମସ୍ତେ ଏକାଠି ହେଉଛୁ। ଉଲ୍ଲେଖ ଥାଉ କି ଆଜି ଦିଲ୍ଲୀରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଓ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଭେଟିଥିଲେ। ଆଉ ଏହି ସମୟରେ ବିରୋଧୀଙ୍କୁ ଏକାଠି କରିବା ନେଇ ଆଲୋଚନା ହୋଇଥିଲା |

Spread the love