ପୂର୍ବତନ ବିଧାୟକ ବିଜୟ କୁମାର ଜେନାଙ୍କ ପରଲୋକ

ଗଜପତି ୧୨।୦୧ : ପୁର୍ବତନ ବିଧାୟକ ତଥା ଲଢୁଆ ଚାଷୀ ନେତା ବିଜୟ କୁମାର ଜେନାଙ୍କ ପରଲୋକ । ଗୁରାଣ୍ଡି ସ୍ଥିତ ପୈତୃକ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ଜଣେ ଲଢୁଆ ଚାଷୀ ନେତା ଭାବେ ପୁରା ଅଞ୍ଚଳରେ ବେଶ୍‌ ପରିଚିତ ବିଜୟ କୁମାର ଜେନା । ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ବିଧାୟକ ଭାବେ ଦୁଇ ଦୁଇ ଥର ନିର୍ବାଚିତ ହୋଇଥିଲା । ବିଧାୟକ ଥିବା ସମୟରେ ନିଜ ଅଞ୍ଚଳ ପାଇଁ ତାଙ୍କର ବେଶ୍‌ ଅବଦାନ ରହିଛି । ହୃଦଘାତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ବିଜୟ କୁମାର ଜେନା ।  ଶେଷରେ ଗୁରାଣ୍ଡ ସ୍ଥିତ ତାଙ୍କ ପୈତୃକ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୯୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ପୂର୍ବତନ ବିଧାୟକ ବିଜୟ କୁମାର ଜେନାଙ୍କ ଦେହାନ୍ତ ଖବର ଶୁଣି ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Spread the love