ରତ୍ନଭଣ୍ଡାର ସରକାରୀ ସମ୍ପତ୍ତି ନୁହେଁ: ବିଜୟ ମହାପାତ୍ର

ଭୁବନେଶ୍ୱର:  ସରିଲା ମହାପ୍ରଭୁଙ୍କ ରଥଯାତ୍ରା। ଏବେ ରତ୍ନ ଭଣ୍ଡାର ଖୋଲିବାକୁ ନେଇ ତୁମ୍ବି ତୋଫାନ ଚାଲିଥିବା ବେଳେ ମୁଁହ ଖୋଲିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ସେ କହିଛନ୍ତି ରତ୍ନଭଣ୍ଡାର ସରକାରୀ ସମ୍ପତ୍ତି ନୁହେଁ, ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତି। ୧୯୨୬, ୧୯୭୮ରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ହୋଇଛି। ସରକାର ରତ୍ନଭଣ୍ଡାରର ମାର୍ଫତଦାର, ମାଲିକ ନୁହଁନ୍ତି। ‘୨୦୨୧ରେ ୩ କୋଟିର ସୁନା ଅଳଙ୍କାର ଜଣେ ଭକ୍ତ ଦାନ କରିଛନ୍ତି। ସେ କେଉଁ କାମରେ ଲାଗୁଛି ତାହା ଜାଣିବା ଲୋକଙ୍କ ଅଧିକାର। ପୂର୍ବରୁ କେତେ ଥିଲା, ଏବେ କେତେ ଦାନ ମିଳିଲା, ଜାଣିବା ଦରକାର। ସରକାରଙ୍କୁ ପରାମର୍ଶ ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା କରନ୍ତୁ ବୋଲି ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି।

Spread the love