ଏବେ ବିଜୟଙ୍କ ଗତି କୁଆଡେ …

ବିଜୟ ମହାପାତ୍ର ଓଡ଼ିଶା ରାଜନୀତିର ଗୋଟଏ ଚର୍ଚ୍ଚିତ ନାଁ । ଗତ ନଭେମ୍ବର 30 ତାରିଖରେ ବିଜୟ ବିଜେପିକୁ ବାଏ ବାଏ କଲେ । ତାପରେ କହିଲେ 15 ଦିନ ଭିତରେ ତାଙ୍କ ସହଯୋଗୀ ଦିଲ୍ଳୀପ ରାୟଙ୍କ ସହ ଆଲୋଚନା କରି15ଦିନ ଭିତରେ ସେ ପରବର୍ତ୍ତୀ ନିଷ୍ପତି ନେବେ । 15 ଦିନ ଯାଇ 4 ମାସ ବିତିଲା । ନିରବ ରହିଲେ ବିଜୟ । କୌଣସି ଦଳ ସହ ତାଙ୍କର ଅଙ୍କ ଛିଣ୍ଡିଲାଣୀ । ଶେଷରେ ବାଧ୍ୟ ହୋଇ ଏବେ ପୁଣି ଥରେ ବିଜେପିରେ ସାମିଲ ହେବାକୁ ମନସ୍ଥ କଲେଣୀ ବିଜୟ ମହାପାତ୍ର । ନିକଟରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ନେତୃତ୍ୱରେ ବହୁ କେନ୍ଦ୍ରୀୟ ନେତାଙ୍କ ସହ ବିଜୟ ମହାପାତ୍ର ଆଲୋଚନା କରିଛନ୍ତି ବିଜେପିକୁ ପୁଣିଥର ଫେରିବା ପାଇଁ । ନିର୍ବାଚନ ପାଖେଇ ଆସୁଥିବାରୁ ଅସନ୍ତୁଷ୍ଟ ନେତା ମାନେ ସେମାନଙ୍କର ଆଦର୍ଶର ଦଳ ସହିତ ମିଶି  ସାରିଲେଣି । ଏବେ ବାଦ  ରହିଛନ୍ତି ବିଜେପିର ବରିଷ୍ଟ ନେତା ବିଜୟମହାପାତ୍ର । 

2019 ସାଧାରଣ ନିର୍ବାଚନରେ କଣ ହେବ ତାଙ୍କର ଭୂମିକା ବିଜୟ କହିନଥିଲେ ମଧ୍ୟ ସେ ଯେ ଏବେ ବିଜେପି ମୁହାଁ ଏକଥା ଗଣମାଧ୍ୟମ ବନ୍ଦୁଙ୍କ ସହ ଆଲୋଚନା କଲା ବେଳେ ବିଜୟଙ୍କ କଥାୀ ସ୍ପଷ୍ଟ ଜଣାପଡ଼ୁଛି । ଯେଉଁଥି ପାଇଁ ବିଜେପି କେନ୍ଦ୍ରୀୟ ନେତାଏ ବିଜେପିରେ କୋଣଠେସା ହେବା ପରେ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପୁଣି ଥରେ ଦଳକୁ ଫେରାଇ ନେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏ କଥାକୁ ନିଜେ ଶ୍ରୀ ମହାପାତ୍ର ସ୍ୱୀକାର କରିବା ସହିତ ବିଜେପି ନେତାମାନେ ତାଙ୍କୁ ଯୋଗାଯୋଗ କରୁଛନ୍ତି ବୋଲି କହିଛନ୍ତି।

Spread the love