ବିଜେପୁର ପୋଖରୀରେ ବୁଡ଼ ପକାଇଲେ ଅରୁଣ..

ବିଜେପୁରର ଦାମୋଦର କଟା ବନ୍ଧ ପୋଖରୀର ପୂର୍ଣ୍ଣଉଦ୍ଧାର ପାଇଁ ଘୋଷଣା କରିଥିଲେ ନବୀନ l ଘୋଷଣା ଅନୁସାରେ କାମ ହେଲା l କାରଣ ନବୀନ ଯାହା କହନ୍ତି ତାହା କରନ୍ତି l ତେଣୁ ବିଜେପୁର ବାସୀଙ୍କୁ ନବୀନ ଯାହା ପ୍ରତିଶୃତି ଦେଇଥିଲେ ତାହା ପାଳନ କଲେ l ବିଜେପୁର ଭୋଟରଙ୍କୁ ଏହା ଏବେ ବୁଝାଉଛନ୍ତି ଯୁବ ମନ୍ତ୍ରୀ ଅରୁଣ ସାହୁ l

ଅକ୍ଟୋବର 21 ତାରିଖରେ ପୁଣି ବିଜେପୁରରେ ଉପ ନିର୍ବାଚନ ହେବାକୁ ଯାଉଛି l ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇଦିନିଆ ପ୍ରଚାର କରି ଫେରିଛନ୍ତି l ବିଜେଡିର ରୀତା ସାହୁଙ୍କୁ ବିଜେପୁରବାସୀ କାହିଁକି ଭୋଟ ଦେବେ ତାହାର ପ୍ରମାଣ ବିଜେପୁର ଦାମୋଦର କଟା ବନ୍ଧ ପୋଖରୀରେରେ ବିଜେଡି ନେତା ଓ ସ୍ଥାନୀୟ ଲୋକଙ୍କ ସହ ବୁଡ଼ ପକାଇ ମନ୍ତ୍ରୀ ଅରୁଣ ସାହୁ ବାର୍ତ୍ତା ଦେଇଛନ୍ତି l ଯାହାକି ଏବେ ବିଜେପୁରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି l ବିଶେଷ କରି ବିଜେପୁରରେ ବିଜେଡିକୁ ପ୍ରଶ୍ନ ପଚାରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅରୁଣଙ୍କ ଏହା ମାଷ୍ଟରଷ୍ଟୋକ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି l ରୀତା ସାହୁଙ୍କୁ ଜିତେଇବା ପାଇଁ ନବୀନଙ୍କ ଯୁବ ବାହିନୀ ଲାଗିପଡିଛନ୍ତି l

Spread the love