ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ

ସେ ଝଡର ଇଗଲ, ସେ ଅସାଧାରଣ ବ୍ୟକ୍ତିତ୍ୱର ବିରାଟ ଉଦାହରଣ। ସେ ଯୁବ ସମାଜର ପ୍ରେରଣାର ଉତ୍ସ । ଅଦମ୍ୟ ସାହସର ଯାଦୁଗର। ସେ ଓଡିଶା ଇତିହାସର ଅପରାଜେୟ ବୀର। ଆଉ ସେ ସ୍ୱର୍ଣ୍ଣିମ ଓଡିଶା ଇତିହାସ ଖାରବେଳ। ସେ ଆଉକେହି ନୁହେଁ , ସେ ହେଉଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ସେ ଅମର ବୀରଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀରେ ‘ସତ୍ୟଦ୍ରଷ୍ଟା’ପରିବାର ତରଫରୁ ଶତଶତ ପ୍ରଣାମ । ତାଙ୍କ ପୁରୁଷାକାରକୁ ଆଧୁନିକ ଓଡିଶା ଇତିହାସରେ ପ୍ରସିଦ୍ଧ ନେତୃତ୍ୱବୃନ୍ଦଙ୍କ ମାନ ଦଣ୍ଡରେ ମାପିବାକୁ ବସିଲେ ହୁଏତ ସମୟ ସରିଯିବ, ମାପିବା ଲୋକର ଧୌର୍ଯ୍ୟ ସରିଯିବ , ହେଲେ ତାଙ୍କ ବୀରତ୍ୱର ଗାଥା ଅସରନ୍ତି ହୋଇରହିଯିବ । ଓଡିଶା ରାଜନୀତି ଓ ସାଧାରଣ ଜୀବନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଥିଲେ ଏକ ବିରଳ ବ୍ୟକ୍ତିତ୍ୱ । ରାଜ୍ୟର ସ୍ୱାର୍ଥ ଓ ଗରିବ ଲୋକଙ୍କ ହିତସାଧନ ପାଇଁ ସେ ଯେପରି ଦୃଢତା ଓ ନିର୍ଭିକତାର ସହ ପଦକ୍ଷେପ ନେଉଥିଲେ ତାଙ୍କ ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ  ସେଭଳି ଦୃଢତା ପ୍ରଦର୍ଶନ କରିଥିବାର ଦେଖାଯାଏ ନାହିଁ। ସ୍ୱାଭିମାନ ଓ ସାହସିକତାର ସେ ଥିଲେ ଏକ ସ୍ପର୍ଧିତ ଉଚ୍ଚାରଣ ଓ ଅନନ୍ୟ ପ୍ରତୀକ।  କେବଳ ଓଡିଶା ବା ଭାରତ  କାହିଁକି ସମଗ୍ର ଅନ୍ତର୍ଜାୟୀୟ ସ୍ତରରେ ଲୋକପ୍ରିୟ ଉଚ୍ଚାଙ୍ଗବ୍ୟକ୍ତିତ୍ୱ ବିଜୁ ପଟ୍ଟନାୟକ ନିଜେ ହିଁ ନିଜର ପରିଚୟ। କିଏ ତାଙ୍କୁ ଓଡଶା ରାଜନୀତିର ପ୍ରବାଦ ପୁରୁଷ କହୁଥିବା ବେଳେ ଆଉ କେହିତାଙ୍କୁ ନବ ଉତ୍କଳର ନିର୍ମାତା  କଳିଙ୍ଗ ବୀର ବୋଲି  ଆଖାୟିତ କରିଥାନ୍ତି । ବିଜୁ ବାବୁଙ୍କର ପ୍ରତିଦ୍ୱନ୍ଦୀ ଓଡିଶା ରାଜନିତୀର ଅନ୍ୟତମ ଭୀଷ୍ମ ପିତାମହ  ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବହ୍ଲବ ପଟ୍ଟନାୟକ ଏକଦା ବିବୁବାବୁଙ୍କର ବ୍ୟକ୍ତିତ୍ୱ ଆକଳନ କରି ତାଙ୍କୁ ଝଡର ଇଗଲ ବୋଲି ସମ୍ବୋଧନ କରିଥିଲେ । ଆଜି ସେହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ। 

Spread the love