ବିଜୁ ପକ୍କାଘର ସହ ପିଏମ୍‍ଏୱାଇ(ଜି) ଲୋଗୋ ଲଗାଇବାକୁ ଯୋଜନା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ପିଏମ୍‍ଏୱାଇ(ଜି) ରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ଦେଉଥିବାବେଳେ ଅବଶିଷ୍ଟ ୪୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ତାଙ୍କର ଅଂଶଧନ ଭାବେ ବହନ କରୁଛନ୍ତି । ଏହି ଯୋଜନା (ଗାମୀଣ) କାର୍ଯ୍ୟକାରୀ ହେବାଠାରୁ କେନ୍ଦ୍ର ସରକାର ୯୯୦୦ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ରାଜ୍ୟ ସରକାର ତାଙ୍କର ଅଂଶଧନ ବାବଦରେ ୬୬୦୦ କୋଟି ଟଙ୍କା ଦେଇଛନ୍ତି । ଯେଉଁ ହିତାଧିକାରୀମାନେ ୪ରୁ ୬ ମାସ ମଧ୍ୟରେ ସେମାନଙ୍କର ଘର ନିର୍ମାଣ ସାରୁଛନ୍ତି ସେହି ହିତାଧିକାରୀଙ୍କ ଲାଗି ରାଜ୍ୟ ସରକାର ପ୍ରୋତ୍ସାହନ ବାବଦରେ ଯଥାକ୍ରମେ ୨୦ହଜାର ଓ ୧୦ହଜାର ଟଙ୍କାର ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ବାବଦରେ ୧୦୬୯ କୋଟି ମଞ୍ଜୁର କରିଛନ୍ତି ।

ଏଥିମଧ୍ୟରୁ ୩.୬୯ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ବାବଦରେ ୬୨୮ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଲାଣି । ଆଉ ୪୪୧ କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ ଲାଗି ପ୍ରକ୍ରିୟା ଜାରି ରହିଛି । ରାଜ୍ୟ ସରକାର ଦେଉଥିବା ତାଙ୍କର ଅଂଶଧନ ସହିତ ପ୍ରୋତ୍ସାହନ ରାଶି ଅର୍ଥକୁ ମିଶାଇଲେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗାମୀଣ)ରେ କେନ୍ଦ୍ର ଓ ରାଜ୍ୟ ର ଅଂଶଧନ ଯଥାକ୍ରମେ ୫୬:୪୪ ହେଉଛି । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗାମୀଣ) ରେ ନିର୍ମାଣ ହେଉଥିବା ଘର ଗୁଡିକରେ ବିଜୁ ପକ୍କା ଘର ଯୋଜନାର ଲୋଗୋ ସହିତ ପିଏମ୍‍ଏୱାଇ (ଜି) ର ଲୋଗୋ ଲଗାଇ ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି ।

Spread the love