ବିକାଶକୁ ସହାୟତା କରିଥିଲେ ବଡବଡ ବ୍ୟବସାୟୀ, ସାମ୍ନାକୁ ଆସିଲା ଅନେକ ଚେହେରା

ଗ୍ୟାଙ୍ଗଷ୍ଟାର୍ ବିକାଶ ଦୁବେ ପୋଲିସ ଗୁଳିରେ ନିହତ ହୋଇଛି । ତେବେ ବିକାଶ ମୁଣ୍ଡରେ ବଡ ବଡ ବ୍ୟବସାୟୀ ଓ ରାଜନେତାଙ୍କ ଆଶୀର୍ବାଦ ରହିଥିଲା । ତେଣୁ ଏତେବଡ ସାମ୍ରାଜ୍ୟ ବିସ୍ତାର କରିଥିଲା ବିକାଶ । ଉତ୍ତର ପ୍ରଦେଶରୁ ଆରମ୍ଭ କରି ଦିଲ୍ଲୀ, ଫରିଦାବାଦ ଓ ମଧ୍ୟପ୍ରଦେଶର ଅନେକ ବ୍ୟକ୍ତି ତାକୁ ସାହାଯ୍ୟ କରିଥିଲେ । ବିକାଶର ଗିରଫଦାରୀ ପରେ ଅନେକ ହାଇପ୍ରୋଫାଇଲ୍ ବ୍ୟକ୍ତି ପୋଲିସର ରାଡାରକୁ ଚାଲିଆସିଥିଲେ ।

ରାଜନୀତିରେ ମଧ୍ୟ ବିକାଶର ଦବଦବା ରହିଥିଲା । ଅନେକ ବଡବଡ ନେତା, ବିଧାୟକ ବିକାଶ ସହ ସମ୍ପର୍କରେ ଥିଲେ । ଏହି ସମ୍ବନ୍ଧରେ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏପରିକି ତାର ପତ୍ନୀ ମଧ୍ୟ ରାଜନୀତିରେ ରହିଛନ୍ତି ।ପୋଲିସର ସୂଚନାନୁସାରେ, କାନପୁର ଗୁଳିକାଣ୍ଡ ପରେ ବିକାଶ ଅନେକ ନେତା ଓ ବ୍ୟବସାୟୀଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲା । ସେମାନଙ୍କ ମଧ୍ୟରୁ କେହିକେହି ବିକାଶକୁ ଗାଡି ଓ ରହିବାରେ ସାହାଯ୍ୟ କରିଥିଲେ । ଯେଉଁମାନଙ୍କ ଫଟୋ ଭାଇରାଲ ହୋଇଛି ସେମାନେ ପୋଲିସ ରାଡାରରେ ରହିଛନ୍ତି । ସେମାନଙ୍କୁ ଏସଟିଏଫ ପଚରାଉଚରା କରିପାରେ ।

ଗିରଫ ହେବାପରେ ଯେତେବେଳେ ବିକାଶକୁ ଜେରା କରାଯାଇଥିଲେ ସେ ୟୁପିର ଅନେକ ଶାସକ ଦଳର ବିଧାୟକଙ୍କ ନାଁ ନେଇଥିଲା । ଏହାକୁ ଭିତ୍ତି କରି ପୋଲିସ ୫୦ଜଣଙ୍କ ମୋବାଇଲ ନମ୍ବର ଯାଞ୍ଚ କରୁଛି । ଏପରିକି କାନପୁରର ଏକ ବଡ ଓକିଲଙ୍କ ସହ ବିକାଶର ଭଲ ସମ୍ପର୍କ ଥିଲା । ଏହି ଓକିଲଜଣଙ୍କ ବିକାଶକୁ ସାହାଯ୍ୟ କରିଥିବା କୁହାଯାଉଛି । ଆରମ୍ଭରୁ ଗିରଫଦାରୀ ଯାଏଁ ବିକାଶ ଓକିଲଙ୍କ କଥାରେ ହିଁ ଚାଲୁଥିଲା । ୟୁପିରେ ଧରାହେଲେ ଏନକାଉଣ୍ଟର କରିଦିଆଯିବ ବୋଲି ସେ ବିକାଶକୁ ପରାମର୍ଶ ଦେଇଥିଲେ । ତେଣୁ ସେ ମଧ୍ୟପ୍ରଦେଶରେ ଗିରଫ ହୋଇଥିଲା । ଏହାପରେ ମଧ୍ୟ ବିକାଶ ଖସିଯିବାକୁ ଉଦ୍ୟମ କରି ପୋଲିସ ଗୁଳିରେ ନିହତ ହୋଇଛି ।

Spread the love