ଡମଣା ଛକରେ ବାଇକକୁ ଧକ୍କା ଦେଲା ବାଇକ: ୨ ଗୁରୁତର

ଗତକାଲି ବିଳମ୍ବିତ ରାତିରେ ଡମଣା ଛକ ନିକଟରେ ଭୟଙ୍କର ଦୁର୍ଘଟଣା ହୋଇଛି। ବାଇକକୁ ଧକ୍କା ଦେଲା ବାଇକ। ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ସମୟ ପାଖାପାଖି ୧୧.୩୦ ରୁ ୧୨.୦୦ ମଧ୍ୟରେ ଦୁର୍ଘଟଣା ଘଟିଥିବା ଖବର ମିଳିଛି। ସୂଚନା ଅନୁସାରେ ବୁଲେଟରେ ଦୁଇ ଜଣ ରଂଗ ରୁଟରେ ଆସୁଥିବା ବେଳେ ସାମନା ପଟୁ ଆସୁଥିବା ଗ୍ଲାମର ବାଇକ ସହ ଧକ୍କା ହୋଇଥିଲା। ଫଳରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା ।

Spread the love