ଧକ୍କା ଦେଲା ବାଇକ୍, ଭାଙ୍ଗିଗଲା ଲୁହାଟିଣ ବେପାରୀଙ୍କ ଗୋଡ

ଭୁବନ, ୧୧|୦୯: ଧକ୍କା ଦେଲା ଅଜଣା ବାଇକ୍ । ଗୁରୁତର ହେଲେ ଲୁହାଟିଣ ବେପାରୀ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳ ଚନ୍ଦାରରେ । ପ୍ରତିଦିନ ପରି ରବିବାର ମଧ୍ୟ ରୋଜଗାର ଆଶା ନେଇ ଏକ ସାଇକେଲ ଯୋଗେ ଲୁହାଟିଣ ବେପାରୀଜଣଙ୍କ ଘରୁ ବାହାରି ଥିଲେ । ହେଲେ କିଏ ଜାଣିଥିଲା ଯେ ଏକ ଅଜଣା ବାଇକ ତାଙ୍କୁ ଧକା ଦେଇ ଚାଲିଯିବ । ରାସ୍ତାରେ  ଏକ ଅଜଣା ବାଇକ ଧକ୍କାରେ ବୃଦ୍ଧ ଲୁହାଟିଣ ବେପାରୀଙ୍କ ବାମ ଗୋଡ ଭାଙ୍ଗି ଯାଇଛି । ଗୁରୁତର ବେପାରୀ ହେଲେ ପାଣ୍ଡବ ପୃଷ୍ଟୀ । ସେ ସକାଳେ ଏକ ସାଇକେଲ ଯୋଗେ ଲୁହାଟିଣ ସଂଗ୍ରହରେ ଯାଉଥିଲେ । କିନ୍ତୁ ଚନ୍ଦାର ଗ୍ରାମ ନିକଟରେ ତାଙ୍କୁ ପଛପଟୁ ଏକ ମୋଟରସାଇକେଲ ଧକ୍କା ଦେଇ ଚାଲିଯାଇଥିଲା। କିଛି ସମୟ ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ। ପାଣ୍ଡବଙ୍କ ବାମ ଗୋଡଟି ଭାଙ୍ଗି ଯାଇଥିବାରୁ ଡାକ୍ତର ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।

Spread the love