ମେଲିଣ୍ଡାଙ୍କୁ ପୁଣି ବିବାହ କରିବାକୁ ରାଜି ବିଲ୍ ଗେଟସ !

ନୂଆଦିଲ୍ଲୀ ୦୨/୦୫: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟସଙ୍କ ମନରେ ଏବେବି ପୂର୍ବତନ ପତ୍ନୀ ମେଲିଣ୍ଡା ରହିଛନ୍ତି । ବିବାହ ବିଚ୍ଛେଦ ପରେ ବି ସେ ମେଲିଣ୍ଡାଙ୍କୁ ପସନ୍ଦ କରିବେ ବୋଲି କହିଛନ୍ତି ।

ସଣ୍ଡେ ଟାଇମ୍ସକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ମେଲିଣ୍ଡାଙ୍କ ସହ ଏକ ସୁଖଦ ବିବାହ ହୋଇଥିଲା । କିନ୍ତୁ ସେ ଆଉ କାହାକୁ ବାହା ହେବେ ନାହିଁ । ତାହା ଅପେକ୍ଷା ସେ ପୁଣି ମେଲିଣ୍ଡାକୁ ବିବାହ ପାଇଁ ଚାହିଁବେ  । ବିଚ୍ଛେଦ ପରେ ବି ସେ ବିବାହକୁ ପ୍ରାଧାନ୍ୟ ଦେଉଥିବା କହିଛନ୍ତି ।

ବିଲ୍ ଆହୁରି ବି କହିଛନ୍ତି ଯେ, ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣାରେ ବିବାହ ବିଚ୍ଛେଦ ହୋଇଥିଲା । ସେ ମେଲିଣ୍ଡାଙ୍କୁ ଅଧା ସମ୍ପତ୍ତି ଦେଲେ ମଧ୍ୟ କିଛି ଫରକ ପଡିବନି । ସେ ବହୁତ ଭାଗ୍ୟବାନ ଅଟନ୍ତି । ତେବେ ବିଚ୍ଛେଦ ପରେ ଘର ଖାଲି ଲାଗୁଥିଲା । ଏବେ କିନ୍ତୁ ଆଉ ସେପରି ଲାଗୁ ନାହିଁ । ସେ ଏବେ ନୂଆ ବହି ଲେଖିବା ପାଇଁ ଯୋଜନା କରୁଥିବା କହିଛନ୍ତି ।

ସୂଚନାଯୋଗ୍ୟ, ୧୯୯୪ ଜାନୁଆରରେ ବିଲ୍ ଓ ମେଲିଣ୍ଡା ବିବାହ କରିଥିଲେ । ସେମାନଙ୍କର ୩ ଜଣ ସନ୍ତାନ ବି ଅଛନ୍ତି । ତେବେ ଉଭୟ ୨୦୨୧ରେ ଅଲଗା ହେବା ନେଇ ନିଷ୍ପତ୍ତି ନେଇଥିଲେ ।

ବିଶ୍ୱର ଧନୀ ତାଲିକାରେ ବିଲ୍

ବିଲ ଗେଟସ ୧୫୨ ବିଲିୟନ ଡଲାରର ମାଲିକ । ରାଇଟର୍ସ ରିପୋର୍ଟ ଅନୁଯାୟୀ, ୱାସିଂଟନ ସିଏଟଲରେ କିଙ୍ଗ କାଉଣ୍ଟି ସୁପିରିୟର କୋର୍ଟରେ ଦାଏର ହୋଇଥିବା ଆଦେଶରେ ସମ୍ପତ୍ତି ବୁଝାମଣା ନେଇ କୌଣସି ବିବରଣୀର ଖୁଲାସା କରାଯାଇନାହିଁ। କୋର୍ଟ ଏହି ତଲାକ ମାମଲାରେ ସମ୍ପତ୍ତି, ଧନ କିମ୍ବା ସ୍ୱାମୀ-ସ୍ତ୍ରୀଙ୍କ ନିଷ୍ପତ୍ତି ମଧ୍ୟ ଜାରି କରିନାହାନ୍ତି।

ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସର୍ବଭାରତୀୟ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଜଣାଶୁଣା। ଏହି ଫାଉଣ୍ଡେସନ ଦରିଦ୍ର ଓ ରୋଗରୁ ମୁକାବିଲା ପାଇଁ ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ୫୦ ବିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରିଛି। କରୋନା ମହାମାରୀ ସହ ଲଢ଼ିବାକୁ ଦୁହେଁ ୧.୭୫ ବିଲିୟନ ଡଲାର ଦେବାକୁ ପ୍ରତିଶୃତି ଦେଇଥିଲେ।

କମ୍ପାନୀରୁ ପ୍ରେମ ଓ ପରେ ବିବାହ

ବିଲ୍ ଏବଂ ମେଲିଣ୍ଡାଙ୍କ ସାକ୍ଷାତ ନିଜ କମ୍ପାନୀରେ ହିଁ ହୋଇଥିଲେ। ୧୯୮୭ ରେ ମେଲିଣ୍ଡା ମାଇକ୍ରୋସଫ୍ଟରେ ଏକ ପ୍ରଡକ୍ଟ ମ୍ୟାନେଜର ଭାବରେ କାମ କରୁଥିଲେ, ସେତେବେଳେ ଦୁହିଁଙ୍କର ସାକ୍ଷାତ ହୋଇଥିଲେ। କିଛି ବର୍ଷ ସମ୍ପର୍କରେ ରହିବା ପରେ ଦୁହେଁ ୧୯୯୪ ରେ ହାୱାଇରେ ବିବାହ କରିଥିଲେ। ଉଭୟଙ୍କ ୩ ସନ୍ତାନ। ସଂସ୍ଥା ଏକ ବୟାନରେ କହିଛି ଯେ ଉଭୟ ଏହାର ସହ-ଚେୟାରମ୍ୟାନ୍ ଏବଂ ଟ୍ରଷ୍ଟି ରହିବେ ଏବଂ ଉଭୟଙ୍କ ମଧ୍ୟରେ ଛାଡପତ୍ର ହେତୁ ସଂଗଠନରେ ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ନାହିଁ। ଦୁହେଁ ସେମାନଙ୍କର ଚାରିଟେବୁଲ ଫାଉଣ୍ଡେସନରେ ଏକାଠି କାମ ଜାରି ରଖିବେ ବୋଲି କହିସାରିଛନ୍ତି ।

Spread the love