ପ୍ରଧାନମନ୍ତ୍ରୀ ଫସଲ ବୀମା ଓ ମଧ୍ୟବର୍ତ୍ତୀକାଳୀନ ସହାୟତା ଦାବିରେ ଚାଷୀଙ୍କ ରାସ୍ତାରୋକ

କୁଚିଣ୍ଡା ୨୩।୮: ୨୦୨୧ ମସିହା ପ୍ରଧାନମନ୍ତ୍ରୀ ଫସଲ ବୀମା ଓ ମଧ୍ୟବର୍ତ୍ତୀକାଳୀନ ସହାୟତା ଦାବିରେ ରାଜରାସ୍ତାରେ ଚାଷୀ l କୁଚିଣ୍ଡା ଉପଖଣ୍ଡ ଷଣ୍ଢପଥର ଠାରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କଲା ଜମନକିରା ବ୍ଲକ ମିଳିତ କୃଷକ ସଂଗଠନ ସହ କୁଚିଣ୍ଡା ଉପଖଣ୍ଡ ଚାଷୀ ଓ ବିଭିନ୍ନ ସଂଗଠନ l ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିଛି l

୨୦୨୧ ମସିହା ଖରିଫ ଚାଷରେ ଅଞ୍ଚଳରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ଦେଖା ଦେଇଥିଲା l ଚାଷୀ ଏନେଇ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନର ଉଦାସୀନତା ଯୋଗୁଁ ଚାଷୀ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛି  l ଆଗରୁ ମଧ୍ୟ ଚାଷୀ ଗତ ୧୦ ତାରିଖ ଦିନ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲା ମାତ୍ର ଉପଜିଲ୍ଲାପାଳ ଚାଷୀଙ୍କୁ ବୁଝାସୁଝା କରିବାରୁ ଚାଷୀ ଆନ୍ଦୋଳନରୁ ନିବୃତ୍ତ ହୋଇଥିଲେ । ମାତ୍ର ଦୀର୍ଘ ୧୦ ଦିନରୁ ଅଧିକ ବିତିଯାଇଥିଲେ ମଧ୍ୟ ଦାବି ପୂରଣ ନ ହେବାରୁ ବାଧ୍ୟ ହୋଇ ଆନ୍ଦୋଳନ କରୁଛନ୍ତି ଚାଷୀ l ଅନ୍ୟପଟେ ଚାଷୀ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ଅନୁଷ୍ଠାନ ବନ୍ଦ କରିଛନ୍ତି  l ଜରୁରୀକାଳୀନ ସେବାକୁ ଚାଷୀ ବାଦ ଦେଇଛନ୍ତି l ଶିକ୍ଷାନୁଷ୍ଠାନ ସହ ଦୋକାନ ବଜାର ଖୋଲା ରହିଛି ।

Spread the love