କାନ୍ଥରେ ମୁଣ୍ଡ ପିଟି ମରିବାକୁ ଉଦ୍ୟମ କଲା ବିନୟ

ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାର ଆତ୍ମହତ୍ୟା ଉଦ୍ୟମ। ବିନୟ ଶର୍ମା ତିହାର ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ଦେଇଛନ୍ତି ଜେଲ କର୍ତ୍ତୃପକ୍ଷ । ଗତ ୧୬ ତାରିଖ ଦିନ ବିନୟ ନିଜ ସେଲରେ କାନ୍ଥରେ ମୁଣ୍ଡ ପିଟି ଆତ୍ମହତ୍ୟା ଉଦ୍ୟମ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଯାଇଛି । ସେ ସାମାନ୍ୟ ଭାବେ ଆହତ ହୋଇଥିବା ଜଣାପଡ଼ିଛି।ଆସନ୍ତା ୩ ତାରିଖରେ ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫାଶି ଦେବା ନେଇ ଦିଲ୍ଲୀ ପଟିଆଲା କୋର୍ଟ ତୃତୀୟ ଥର ଡେଥ୍ ୱାରେଣ୍ଟ ଜାରି କରିଛନ୍ତି। ସେପଟେ କଡ଼ା ସୁରକ୍ଷାବଳୟ ଓ ତୀକ୍ଷଣ ନଜର ଭିତରେ ବିନୟଙ୍କୁ ତିହାର ଜେଲରେ ରଖାଯାଇଛି । ଏହାପୂର୍ବରୁ  ବିଭିନ୍ନ ଆଇନଗତ ଦିଗକୁ ନେଇ ଫାଶି ତାରିଖକୁ ଘୁଞ୍ଚାଇବାରେ ସଫଳ ହୋଇଛନ୍ତି ନିର୍ଭୟା ମାମଲାରେ ୪ ଦୋଷୀ ।

Spread the love