ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ଜୁନିଅର କଲେଜରେ ଛାତ୍ରୀଙ୍କୁ ଅଶ୍ଳୀଳ ରାଗିଂ

ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ଜୁନିଅର କଲେଜର କିଛି ଛାତ୍ର ଜଣେ ଛାତ୍ରୀଙ୍କୁ ର‌୍ୟାଗିଂ କରୁଥିବା ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । କଲେଜର କଛି ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଜଣେ ଛାତ୍ରୀଙ୍କୁ ଅଶ୍ମିଳ ଭାଷାରେ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଥିଲା । ଏଥିରେ ଛାତ୍ର ଜଣଙ୍କ ଅନ୍ୟ କିଛି ଛାତ୍ର ଛାତ୍ରୀଙ୍କ ସହ ଅଶ୍ଳୀଳ ଭାଷା ପ୍ରୟୋଗ କରି ଗାଳି ଦେବା ସହ ମାନସିକ ନିର୍ଯ୍ୟତନା ଦେଉଥିବା ଦେଖିବାକୁ ମିଳିଛି । ଏହାସହ ଜୋର୍ ଜବରଦସ୍ତ ଆଇ ଲଭ୍ ୟୁ କହିବା ପାଇଁ ମଧ୍ୟ ବାଧ୍ୟ କରୁଥିବା ଶୁଣିବାକୁ ମିଳୁଛି । ଏହା ସହ ଏହାକୁ ମୋବାଇଲ ମାଧ୍ୟମରେ କିଛି ଛାତ୍ରଛାତ୍ରୀ ଭିଡିଓ ମଧ୍ୟ ଉତ୍ତୋଳନ କରୁଥିବା ଦେଖିବାକୁ ମିଳଛି ।
ଏନେଇ ଆଜି ଭାଇରାଲ ହେବା ପରେ ବଡ଼ ବଜାର ଥାନା ପୋଲିସର ଏକ ଟିମ ସଂପୃକ୍ତ କଲେଜକୁ ଯାଇ ତଦନ୍ତ କରିଥିଲେ । ତଦନ୍ତ ବେଳେ ମୁଖ୍ୟ ଅଭିଯୁକ୍ତ ବିନାୟକ ଆଚାର୍ଯ୍ୟ କଲେଜର ଯୁକ୍ତ ତିନି ଶେଷ ବର୍ଷ ଛାତ୍ର ଅଭିଶେକ ନାହାକ ଓ ତାଙ୍କ ଘର ବହରାଖଣ୍ଡି ଶାନ୍ତି ନଗର ବୋଲି ଜଣାପଡିଥିଲା । ପୋଲିସ ଅଭିଶେକଙ୍କୁ ଥାନାକୁ ଆଣି ପଚାରା ଉଚୁରା କରିବା ସହ ଘଟଣା ସମ୍ପର୍କରେ ଜେରା କରିଥିଲା ପରେ ଏନେଇ ବଡ ବଜାର ଥାନା ପୋଲିସ ଏକ ମାମଲା ରୁଜ୍ଜୁ କରି ଅଭିଶେକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ପୋଲିସ ଅଧିକା ତଦନ୍ତ ଜାରୀ ରଖିଛି ।

Spread the love