କାନ୍ଧରେ ଗ୍ୟାସ ଧରି ବିଧାନସଭା ଆସିଲେ ବିଧାୟକ

ବର୍ଦ୍ଧିତ ଗ୍ୟାସ ଦର ପ୍ରତିବାଦରେ ଆଜି ଉତ୍ତର ପ୍ରଦେଶ ବିଧାନସଭାରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ବିଧାନସଭାର ଏକାଧିକ ବିଧାୟକ ନିଜ କାନ୍ଧରେ ଗ୍ୟାସ ସିଲିଣ୍ଡର ଗୃହକୁ ଆଣି ଦର ବୃଦ୍ଧିର ପ୍ରତିବାଦ କରିଛନ୍ତି। ଏଥିସହ ସିଏଏ ଓ ଏନଆରସିକୁ ମଧ୍ୟ ସେମାନେ ବିରୋଧ କରିଥିଲେ।

ଆଜିଠାରୁ ଉତ୍ତର ପ୍ରଦେଶ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ଗୃହକୁ ସମ୍ବୋଧିତ କରିବାର ଥିଲା। ହେଲେ ରାଜ୍ୟପାଳ ପଟେଲ ଭାଷଣ ଦେବା ଆରମ୍ଭ କରିବା କ୍ଷଣି ବିରୋଧୀ ସମାଜବାଦୀ ପାର୍ଟିର ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଯାଇ ହୋହାଲ୍ଲା କରିଥିଲେ। ସେମାନେ ହାତରେ ସିଏଏ, ଏନଆରସି ଏବଂ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ପ୍ଲାକାର୍ଡ ଧରିଥିଲେ। ବିରୋଧୀଙ୍କ ହୋହାଲ୍ଲାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ଆସରେ ବସି ଦେଖୁଥିଲେ ହେଁ କିଛି କରିପାରି ନଥିଲେ।

ଗୃହ ବାହାରେ ମଧ୍ୟ ସମାଜବାଦୀ ପାର୍ଟିର ବିଧାୟକମାନେ ଆନ୍ଦୋଳନ କରିଥିଲେ। କଂଗ୍ରେସର ବିଧାୟକମାନେ ରାସ୍ତାରେ ଯାଉଥିବା ରିକ୍ସା ଚାଳକଙ୍କୁ ଟମାଟୋ ବାଣ୍ଟି ଦର ବୃଦ୍ଧିର ପ୍ରତିବାଦ କରିଥିଲେ।

Spread the love