ବିନିକାରେ ଶୀତର ଲହରି, କୁହୁଡିର ଚାଦରରେ ପୁରା ସହର

ବିନିକା, ୦୪/୦୧: ମେଘୁଆ ପାଗ ପରେ ଏବେ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଘନ କୁହୁଡି ଓ ହାଡ଼ଭଙ୍ଗା ଶୀତର ଲହରୀ ଜାରି ରହିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି l

ସକାଳ ୯ଟା ଯାଏଁ ବିନିକା ଅଞ୍ଚଳରେ ଘନ କୁହୁଡି ଲାଗି ରହୁଛି ।  ସତେ ଯେମିତି ଧଳା ଚାଦରରେ ଢାଙ୍କି ହୋଇ ରହିଛି ଧରିତ୍ରୀ ରାଣୀ l ଶୀତରୁ ବର୍ତ୍ତିବା ପାଈଁ ଲୋକେ ନିଆଁର ସାହାରା ନେଇଛନ୍ତି । ଚା ଦୋକାନ ଗୁଡିକରେ ଲୋକଙ୍କ ଭିଡ ଜମୁଛି l କାମ ନଥିଲେ ସକାଳୁ ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି l

ସଞ୍ଜ ନଇଁଗଲେ ଗାଁ ଗୁଡିକରେ ଲୋକେ ନିଆଁର ସାହାରା ନେଇ ଶୀତରୁ ବର୍ତ୍ତୁଛନ୍ତି l  ରାସ୍ତାରେ ଯାନବାହାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେଉଥିବାରୁ ଲାଇଟ ଜାଳି ଯାତାୟାତ କରୁଛନ୍ତି l

Spread the love