ବରିଷ୍ଠ ସାମ୍ବାଦିକ ବିନୋଦ ଦୂଆଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର, ICUରେ ଭର୍ତ୍ତି

ନୂଆଦିଲ୍ଲୀ ୨୯/୧୧ : ବରିଷ୍ଠ ସାମ୍ବାଦିକ ବିନୋଦ ଦୂଆ ଗୁରୁତର ହୋଇପଡିଛନ୍ତି । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ବିନୋଦ ଦୂଆଙ୍କ ଝିଅ ମଲାଇକା ଦୂଆ ଏ ନେଇ ସୂଚନା ଦେଇଛନ୍ତି । ମଲାଇକା କହିଛନ୍ତି, ‘ପିତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଡାକ୍ତର ଚିକିତ୍ସା କରୁଛନ୍ତି ।’

ଏହା ପୂର୍ବରୁ କରୋନାର ଦ୍ବିତୀୟ ଲହର ସମୟରେ ବିନୋଦ ଦୁଆ ଏବଂ ତାଙ୍କ ପତ୍ନୀ ଚିତ୍ରା ଦୂଆ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପତ୍ନୀ ଚିତ୍ରାଙ୍କର ​‌ଦେହାନ୍ତ ହୋଇଥିଲା । ବିନୋଦ ଦୂଆ ସୁସ୍ଥ ହୋଇଥିଲେ । ଏବେ ପୁଣିଥରେ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବରିଷ୍ଠ ସାମ୍ବାଦିକ ବିନୋଦ ଦୂଆଙ୍କ ଝିଅ ମଲାଇକା ଇନଷ୍ଟାଗ୍ରାମ ଜରିଆରେ ପୋଷ୍ଟ କରି କହିଛନ୍ତି, ‘ମୋ ପିତାଙ୍କ ସ୍ବାସ୍ଥ୍ୟବସ୍ଥା ଅତି ଗୁରୁତର ଅଛି । ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି । ଗତ ଏପ୍ରିଲ ମାସ ପରଠାରୁ ଲଗାତାର ଭାବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ତାଙ୍କର ଶୀଘ୍ର ସୁସ୍ଥତା ପାଇଁ ସମସ୍ତେ କାମନା କରନ୍ତୁ ।’୬୭ ବର୍ଷୀୟ ବିନୋ ଦୂଆ ମିଡିଆ ଜଗତରେ ଜଣେ ଜଣାଶୁଣା ଚେହେରା । ଦୂରଦର୍ଶନରେ କାମ କରି ସେ ଲୋକଲୋଚନକୁ ଆସିଥିଲେ ।

Spread the love